ପଦ୍ମପୁର(ଶାସକପ୍ରଶାସକ)- କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ । ସ୍ବାସ୍ଥ୍ୟ ଭଲ ଥିଲେ ସବୁ ଭଲ । ସ୍ବାସ୍ଥ୍ୟ ଠିକ ଥିଲେ କାମରେ ତଥା ପାଠ ପଢାରେ ମଧ୍ୟ ମନ ଲାଗିଥାଏ । ‘ସ୍ବାସ୍ଥ୍ୟ ହିଁ ସମ୍ପଦ’ ବାର୍ତ୍ତା ନେଇ ପଦ୍ମପୁର ସହରର ଓ୍ବିନର ବ୍ରାଇଟ ଫ୍ୟୁଚର ସ୍କୁଲ ଆନୁକୂଲ୍ୟରେ ଆସନ୍ତା ତା ୦୩.୧୦.୨୦୨୧ ରିଖ ରବିବାର ସମୟ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଜନସାଧାରଣ ଙ୍କ ସେବାରେ ମାଗଣାରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ଏବଂ ଏହି ଚିକିତ୍ସା ଶିବିରରେ ସ୍ଵନାମଧନ୍ୟ ମେଡିସିନ ସ୍ପେସାଲିଷ୍ଟ ଡାକ୍ତର ନିଶାନ୍ତ କୁମାର ଦେବତା ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଓ୍ବିନର ବ୍ରାଇଟ ଫ୍ୟୁଚର ସ୍କୁଲ ର ଚେୟାରମ୍ୟାନ ଶ୍ରୀ ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ପଦ୍ମପୁର ସହର ତଥା ଆଖପାଖ ଅଞ୍ଚଳର ଲୋକମାନେ ଏହି ଶିବିରରେ ଯୋଗଦେଇ ନିଜର ଶରୀର ପରୀକ୍ଷା କରିବା ପାଇଁ ଅନୁରୋଧ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.