ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାଜ୍ୟ ସରକାର ମା ଏବଂ ଗର୍ଭବତୀ ତଥା ଶିଶୁ ଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା କହୁଥିବା ବେଳେ ଏ ସମସ୍ତ ଯୋଜନା ଅନେକ ସ୍ଥାନରେ କେବଳ କାଗଜ କଲମରେ ସୀମିତ | ତାହା ରାୟଗଡା ଜିଲ୍ଲା ରେ ଘଟୁ ଥିବା ଗର୍ଭବତୀ ଙ୍କୁ ଖଟିଆ ରେ ବୁହା ହେବା ଏବଂ ନଦୀ ପାର ହୋଉ ବୁହା ହେଉ ଥିବା ଘଟଣା ରୁ ସ୍ପର୍ଷ୍ଟ ଭାବେ ଜଣାପଡୁଛି |ପୁଣି ଆସିଛି ଜନନୀ ଯନ୍ତ୍ରଣା ଆଉ ଏକ ଦୁର୍ଭାଗ୍ୟଜଣକ ଘଟଣା ।
ଆଜିବି ରାୟଗଡା ଜିଲ୍ଲା ରେ ଅନେକ ଗ୍ରାମ କୁ ରାସ୍ତା ହୋଇପାରିନି। ରାୟଗଡାଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ଜିଲ୍ଲାରେ ଏକ ଅବହେଳିତ କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୁର ପଞ୍ଚାୟତ ମହାପଙ୍ଗା ଗ୍ରାମର ଜଣେ ପ୍ରସୁତି ସଲମି ଜାଗରଙ୍ଗା ପ୍ରସବ ବେଦନ ହେତୁ ୧୦୮ କୁ ଯୋଗାଯୋଗ ତାଙ୍କ ପରିବାର କରିଥିଲେ କିନ୍ତୁ ଗ୍ରାମ ରେ ରାସ୍ତା ଠିକ୍ ନଥିବାରୁ ଗ୍ରାମ ମଧ୍ୟକୁ ଏମ୍ବୁଲାନ୍ସ୍ ଆସିପାରିନଥିଲା। ଯାହାଦ୍ବାରା ସଲମି ଅଧାରାସ୍ତାରେ ପ୍ରସବ କରିଥିଲେ । ଅଧାରାସ୍ତାରେ ପ୍ରସବ ହୋଇ ଗୋଟିଏ ପୁତ୍ର ସନ୍ତାନ ଜନ୍ମଦେଇଥିଲେ। ସେଠାର ପ୍ରସୁତି ମହିଳା ଜଣକ ଏମ୍ବୁଲାନ୍ସ୍ ପାଖକୁ ଯାଇନପାରି ଘରକୁ ଫେରିଥିଲେ।ପ୍ରସୁତି ମହିଳା ସଲମିଙ୍କୁ ଗ୍ରାମବାସି ମାନେ ଖଟିଆ କରି ବୋହିଆଣୁଥିବା ଭିଡିଓ ରେ ଦେଖିବାକୁ ମିଳିଛି। ଜଣେ ଗ୍ରାମ ର ଶିକ୍ଷିତ ଯୁବକ ଏହି ଭିଡିଓ ଉତୋଳନ କରି ଆମ ପାଖକୁ ପଠାଇଥିଲେ। ଗ୍ରାମ ରେ ରାସ୍ତା ଠିକ୍ ନାହିଁ ଏପରିକି ପ୍ରବାହିତ ନାଳ ଉପରେ ଛୋଟ ବ୍ରିଜ୍ ନଥିବାରୁ ଗ୍ରାମ କୁ ଗାଡି ଆସିପାରୁନଥିବା କହୁଛନ୍ତି | ତେଣୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗ ରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.