ଗୁଲାବ ବାତ୍ୟା ପ୍ରଭାବରେ ଗୁଣୁପୁର ମଙ୍ଗଳ ଗୁଡା ଗ୍ରାମର ପନ୍ଦର ପରିବାରର ଛାତ ଉଡିଲା |

0 2

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ଗତ କାଲିର ଗୁଲାବ ବାତ୍ୟାର ପ୍ରଭାବରେ ରାୟଗଡ ଜିଲ୍ଲା ଗୁଣପୁର ସଦର ପଂଚାୟତ ସମିତି ଅଧୀନରେ ଥିବା ମରମା ପଂଚାୟତର ମଙ୍ଗଳଗୁଡା ଗ୍ରାମର ପନ୍ଦରଟି ଘର ର ଟିଣ ପବନରେ ଉଡ଼ିଗଲା ଏବଂ ବର୍ଷା ଯୋଗୁଁ କାନ୍ତ ମଧ୍ୟ ପଡିଗଲା | ସେହି ପନ୍ଦରଟି ଘର ର ସମସ୍ତ ପରିବାର ସହ ଅନ୍ୟ ଚାଳଘରର ଲୋକ ବର୍ଷା ପବନ ଯୋଗୁ ଦୁଇ ଦିନ ହେବ ଅତି ଦୟନିୟ ଅବସ୍ଥାରେ ଭୋକ ଉପାସରେ ଦିନ କଟାଉଥିବା ଶୁଣି ଗୁଣପୁର ରୁ ବିଜେପିର ଜିଲ୍ଲା ଉପସଭାପତି ଶ୍ରୀ ୱାଇ.ଗଣପତିଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ସେହି ଗ୍ରାମରେ ପହଂଚିଥିଲେ | ଏହି ସମୟରେ ଦୀର୍ଘ ତିରିଶି ଘଣ୍ଟା ବିତିଯିବା ପରେ ଗୁଣପୁର ଗୋଷ୍ଠି ଉର୍ଣ୍ଣୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ତାଙ୍କର କିଛି ସହ କର୍ମୀଙ୍କ ସହ ସେହି ଗ୍ରାମରେ ପହଂଚି ଲୋକଙ୍କୁ ଚୁଡା, ଚିନି ଓ ବିସ୍କୁଟ ବାଣ୍ଟିଥିଲେ | ଏଠାରେ ପ୍ରଶ୍ନ ଆସୁଛି କି ଦୀର୍ଘ ତିରିଶି ଘଣ୍ଟା ବିତିଯାଇଥିଲେ ମଧ୍ୟ ବିଡ଼ିଓ ମହାଶୟା କଣ ଏହି ଖବର ଜାଣି ନ ଥିଲେକି ଜାଣି ଶୁଣି ଅବହେଳା କରିଥିଲେ ତାହା ତଦନ୍ତ ସାପେକ୍ଷ ବୋଲି ଶ୍ରୀ ଗଣାପତି କହିଛନ୍ତି। ଜିଲ୍ଲାପାଳ ସବୁ ବିଡ଼ିଓ ଙ୍କୁ ସତର୍କ ରହିବା ପାଇଁ କହିଥିଲେ ଓ ପଂଚାୟତ କର୍ମଚାରୀଙ୍କୁ ମଧ୍ୟ ସତର୍କ ରହିବା ପାଇଁ ତାଗିଦ କରିଥିଲେ କିନ୍ତୁ ସଦର ପଂଚାୟତର ନିକଟରେ ଥାଇ ସୁଦ୍ଧା ଏହି ଅବହେଳା କିପରି ହେଲା ତାହା ସନ୍ଦେହ ଘେରକୁ ଆସିଛି । ଯଦି ଜାଣି ଥିଲେ ତାହାହେଲେ କାହିଁକି ଠିକ ସମୟରେ ରନ୍ଧା ଖାଦ୍ୟ ଦିଆଗଲାନାହିଁ | ରାୟଗଡା ଜିଲ୍ଲା ବିଜେପି ଦ୍ୱାରା ପ୍ରଶାସନ ଠାରେ ଦାବି କରାଯାଉଅଛିକି ଅତି ଶୀଘ୍ର ଏହି ପନ୍ଦର ପରିବାରକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଦିଆଯାଉ | ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଗଣ ମାଧ୍ୟମ ଜରିଆରେ ଜିଲ୍ଲାପାଳଙ୍କ ଠାରେ ଦାବୀ ଜଣାଇଛନ୍ତି।

Leave A Reply

Your email address will not be published.