ଦିବଂଗତ କଳାକାରରଙ୍କ ସ୍ମୁତି ଚାରଣ

0

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନର କଳାକାର ମାନେ ସ୍ବର୍ଗତ ଅନ୍ତର୍ଯ୍ୟାମୀ ସାହୁଙ୍କ ଜୀବନ ଉପରେ ସ୍ମୁତିଚାରଣ କରିଥିଲେ l ଗତ ବର୍ଷ ଠିକ ଆଜିଦିନରେ ତା 26/9/20 ରିଖ କରୋନା ଆକ୍ରାନ୍ତ ହୋଇ ସମ୍ବଲପୁର କୋଭିଡ ହସ୍ପିଟାଲରେ ପ୍ରାଣତ୍ୟାଗ କରିଥିଲେ l ସେ ଜଣେ ଶିକ୍ଷାବିତ, କଳାକାର, ପରୋପକାରୀ ତଥା ସମାଜସେବୀ ଥିଲେ l ସଚେତନ ହେମା ଅନୁଷ୍ଠାନକୁ ଅନେକ ସହଯୋଗର ହାତ ବଢ଼ାଇ ଥିଲେ ଓ ଅନେକ ନାଟକରେ ଅଭିନୟ କରିଥିଲେ l ଏହି ସ୍ମୁତିଚାରଣ ସଭାରେ ନିର୍ଦେଶକ ରାଜକୁମାର ସାହୁ, ଘନଶ୍ୟାମ ଭୋଇ, ଘନଶ୍ୟାମ ସାହୁ, ଲାଲସାହେବ ସାହୁ, କୁଳମଣି ପଶୟତ, ମହେନ୍ଦ୍ର ସାହୁ, ହେମନ୍ତ ମହାକୁର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ l କଳାକାର ଅନ୍ତର୍ଯ୍ୟାମୀ ସାହୁଙ୍କ ନାମରେ ବର୍ଷକୁ ଥରେ ଏକ କାର୍ଯ୍ୟକ୍ରମ ରଖାଯିବାକୁ ସର୍ବସମ୍ମତି ନିଷ୍ପତି ଗୃହୀତ ହେଲା l କୁଳମଣି ପଶୟତ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.