ପୁରେନା ଠାରେ ପଞ୍ଚାୟତ ସ୍ତରୀୟ କୃଷକ ସମାବେଶ ଅନୁଷ୍ଠିତ ।

0

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଧିନସ୍ଥ ପୁରେନା ଗ୍ରାମସ୍ଥିତ ରାଜୀବ ଭବନ ଠାରେ ମାଁ ଠାକୁରଦେଇ କୃଷକ ସଂଗଠନ ପକ୍ଷରୁ ଆଞ୍ଚଳିକ ସ୍ତରରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି ସମାବେଶକୁ କୃଷକ ମାନଙ୍କ ଦୁଃଖ ସୁଖ ରେ ଭାଗନେଇ ଆସୁଥିବା ବୋଡାସମ୍ବର କୃଷକ ସଂଗଠନ ର କର୍ମକର୍ତ୍ତା ତଥା ସଦସ୍ୟ ମାନଙ୍କୁ ପ୍ରାରମ୍ଭରେ ‘ଠାକୁର ଦେଇ କୃଷକ ସଂଗଠନ’ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ସଂଗଠନ ର ସଭାପତି ଶ୍ରୀମାନ ଦେବରାଜ ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଚାଷୀ ସମାବେଶ ରେ ଜୟକିଶାନ ଆନ୍ଦୋଳନ ର ସଂପାଦକ ଅଶୋକ ମହାପାତ୍ର, ରାଜ ବୋଡାସମ୍ବର କୃଷକ ସଂଗଠନ ର ସଂପାଦକ ଅଶୋକ ସାହୁ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଚାଷୀ ମାନଙ୍କ ସମସ୍ୟା କୁ ଆଖି ଆଗରେ ରଖି ବର୍ତ୍ତମାନ ଉପୁଜୁଥିବା ଚାଷୀ ଙ୍କ ବିଭିନ୍ନ ସମସ୍ୟା ଉପରେ ତେଜିଆନ୍ ଭାଷଣ ଦେଇ ଚାଷୀ ଙ୍କ ମଉଳି ଯାଇଥିବା ମୁହଁ ରେ ଚେନାଏ ହସ ଫୁଟାଇ ଥିଲେ lକୃଷକ ଭାଇ ହେଲେ ଆମ ଭାରତ ବର୍ଷ ର ମେରୁଦଣ୍ଡ l ତାଙ୍କ କଥାକୁ ବିଚାର କୁ ନେଇ ଅତିଶିଘ୍ର ପଦ୍ମପୁର ଉପଖଣ୍ଡ କୁ ସମ୍ପୁର୍ଣ୍ଣ ମରୁଡି ଅଞ୍ଚଳ ଭାବେ ଘୋଷଣା, କୃଷିଭିତ୍ତିକ ଋଣ ସମ୍ପୁର୍ଣ୍ଣ ଛାଡ, ଚାଷୀ ଙ୍କ ବିଦ୍ୟୁତ ଦେୟ ଛାଡ ସାଙ୍ଗକୁ ରବିଋତୁ ସକାଶେ ଚାଷୀ ଙ୍କ ପାଇଁ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ସକାଶେ ବିହନ କିଟ୍ ଅତିଶିଘ୍ର ଯୋଗାଇଦେବାକୁ ରାଜ୍ୟ ସରକାର ଙ୍କୁ ଦାବୀ କରାଯାଉଛି ବୋଲି ଠାକୁର ଦେଇ କୃଷକ ସଂଗଠନ ର ଉପସଭାପତି ଭୋଜରାଜ ଭୋଇ ସଂପାଦକ ଚିତ୍ତରଞ୍ଜନ ପାଣ୍ଡେ, ସଭ୍ୟ ଲୋକନାଥ ବଡଗୁଛିଆ,ଅକ୍ଷୟ କୁମାର ସାହୁ ପ୍ରମୁଖ ଜଣାଇଛନ୍ତି lଏହି ସମାବେଶ ରେ ଶତାଧିକ ଚାଷୀ ଙ୍କ ସମେତ ରାଜବୋଡାସମ୍ବର କୃଷକ ସଂଗଠନ ରେ ଜଡିତ ଥିବା ଅଶୋକ ମହାପାତ୍ର, ଅଶୋକ ସାହୁ ଙ୍କ ସମେତ ସଭ୍ୟ ଦହିତ ସାହୁ,ରବି ପ୍ରଧାନ, କୈଳାସ ବାରିକ,ପୁଷ୍କର ବରିହା, ପ୍ରଶାନ୍ତ ପ୍ରମୁଖ ଙ୍କୁ ସଂଗଠନ ତରଫରୁ ସମ୍ମାନୀତ କରାଯାଇଥିଲା l

Leave A Reply

Your email address will not be published.