ପଦ୍ମପୁର(ଶାସକପ୍ରଶାସକ)- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତିନି କଳା କୄଷି ଆଇନକୁ ବିରୋଧ କରି ଏହି ତିନିଗୋଟି କଳା ଆଇନକୁ ପ୍ରତ୍ୟାହାର ଦାବୀରେ କିଶାନ ଏକତା ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସମର୍ଥନ କରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ପଦ୍ମପୁର ସହର ତଥା ଅଞ୍ଚଳକୁ ବନ୍ଦ କରିବା ପାଇଁ ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ପଦ୍ମପୁର ବଣିକ ସଙ୍ଘ ମଧ୍ୟ ସମର୍ଥନ ଜଣାଇ ଆସନ୍ତା କାଲି ଅର୍ଥାତ ୨୭/୦୯/୨୦୨୧ ସୋମବାର ପଦ୍ମପୁର ଦୋକାନ ବଜାର ବନ୍ଦ ରହିବ ବୋଲି ବଣିକ ସଙ୍ଘ ସଭାପତି ପ୍ରତାପ ମିଶ୍ର ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post