ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡର ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ “ସ୍କୁଲ ସାଇନିଂ ଷ୍ଟାର୍”ସଭା ଅନୁଷ୍ଠିତ ହୋଇଛି। ସ୍କୁଲ ପରିଚାଳନା କମିଟି ସଭାପତି ପ୍ରକୃତିବନ୍ଧୁ ଶ୍ରୀ ଧିରେନ୍ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ପରିଚାଳନା କରିଥିଲେ।ସର୍ବ ପ୍ରଥମେ ମୋ ସ୍କୁଲ ଅଭିଯାନରେ ସ୍ବର୍ଗତ ଡା.ଉଷା ଅଗ୍ରୱାଲ ସୃତିରେ ଡୋନେଟ କରିଥିବା ଥଣ୍ଡା ପାନୀୟ ଜଳକୁ ମୁଖ୍ୟଅତିଥି ପାଇକମାଳ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ଉତଘାଟନ କରିଥିଲେ।
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ,ଡ଼ା ସୁରେଶ ଅଗ୍ରୱାଲା,ଗୋବର୍ଦ୍ଧନ ଅଗ୍ରୱାଲ ସମେତ ଶିକ୍ଷକ ସେବକ ସେଠ, ଶିକ୍ଷୟିତ୍ରୀ ସଙ୍ଗୀତା ସାହୁ,ନମିତା ସାହୁ,ରଞ୍ଜିତା ସାହା,ଅନିତା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ଵାରା ଥଣ୍ଡା ପାନୀୟ ଜଳ,ଅଫିସ କାର୍ଯ୍ୟାଳୟ,ଶିକ୍ଷକ ଶିକ୍ଷୟିତ୍ରୀଙ୍କ କମନ୍ ରୁମର ଶୁଭ ଉଟଘାଟନ୍ କରାଯାଇଥିଲା।ଦଶମ ପରୀକ୍ଷାରେ ଟପ୍ପର ଉତ୍ତୀର୍ଣ୍ଣ ନିମନ୍ତେ ବିଦ୍ୟାଳୟର ୧୧ ଜଣ ଛାତ୍ରୀ ପ୍ରିତିରାନି ସାହୁ, ତ୍ରିବେଣୀ ସୋନି,ମୋନାଲିସା ନାୟକ,ଲିଲିମା ସାହୁ,ବୀଣାପାଣି ସାହୁ,ଶିବାନୀ ସୋନି, ତେଯୋଷିନି ଦାସ,ଦିଲେଶ୍ୱରି ସାହୁ, ଅଙ୍କିତା ଦାସ,ପ୍ରତୀକ୍ଷା ପାଢ଼ୀ, ରାକ୍ଷୀ ସେଠ୍ ସମେତ ତାଙ୍କ ପିତା ମାତାଙ୍କୁ ବିଦ୍ୟାଳୟ ତରଫରୁ ଅତିଥିଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯିବା ସହ ବି.ଇ.ଓ. ଶ୍ରୀ ବାରିକ ଛାତ୍ରୀ ଓ ପିତାମାତାଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ଅନୀମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ଗୁଲାବ୍”ର ମୁକାବିଲା କରାଯିବା ନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
Next Post