ଭୁବନେଶ୍ୱର : ଓଡିଶା ସାମ୍ବାଦିକତା ଜଗତର ଜଣାଶୁଣା କର୍ମଠ ତଥା ଦୁଃସାହସୀ ଯୁବ ସାମ୍ବାଦିକ ଓଟିଭିର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସ ଆଉ ନାହାନ୍ତି | ଦନ୍ତାହାତୀର ଉଦ୍ଧାର କାର୍ଯ୍ୟର ଲାଇଭ୍ ରିପୋର୍ଟିଂ କରିବାକୁ ଓଡ୍ରାଫ୍ ବୋଟ୍ ରେ ମହାନଦୀକୁ ଯାଇ ଦେଖାଇଥିବା ଦୁଃସାହାସୀକତା ଅରିନ୍ଦମ ଜୀବନକୁ ମହାନଦୀର ଅକାତ କାତ ପାଣି ଓ ପ୍ରଖର ସ୍ରୋତରେ ଭସେଇ ନେଇଛି ଆରପାରିକୁ | ଅରିନ୍ଦମଙ୍କ ସହିତ ଯାଇଥିବା ସହଯୋଗୀ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ବି ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଚନ୍ଦକା ଜଙ୍ଗଲରୁ ଗଡି ମହାନଦୀ ପାର୍ ହେଉଥିବା ହାତୀପଲରୁ ଗୋଟିଏ ଦନ୍ତାହାତୀ ମୁଣ୍ଡୁଳି ବ୍ୟାରେଜ୍ ମହାନଦୀରେ ଆଜି ବଡ଼ି ସକାଳୁ ଫସି ରହିଥିବା ଘଟଣା ଜଣାପଡିବା ପରେ ରିପୋର୍ଟିଂ ପାଇଁ ସକାଳୁ ସେଠାରେ ନିଜ ସହଯୋଗୀ ପ୍ରଭାତଙ୍କ ସହ ପହଞ୍ଚି ଅରିନ୍ଦମ ଲାଇଭ୍ ରିପୋର୍ଟିଂ କରିଥିଲେ । ଏହି ସମୟରେ ଓଡ୍ରାଫ୍ ର ଏକ ୫ ଜଣିଆ ଟିମ୍ ହାତୀ ଉଦ୍ଧାର ପାଇଁ ମହାନଦୀକୁ ବୋଟ୍ ନେଇ ପଶିବା ବେଳେ ଅରିନ୍ଦମ ସହଯୋଗୀ ପ୍ରଭାତଙ୍କୁ ଧରି ସେହି ବୋଟରେ ଯାଇଥିଲେ । ତେବେ ହାତୀକୁ ଘଉଡ଼ାଉ ଥିବା ବେଳେ ଓଲଟିଗଲା ଓଡ୍ରାଫ ବୋଟ ଓ ବୁଡିଯାଇଥିଲେ ୫ ଜଣିଆ ଓଡ୍ରାଫ୍ ଟିମ୍ ସହ ଅରିନ୍ଦମ ଓ ପ୍ରଭାତ |
ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅରିନ୍ଦମ ଓ ପ୍ରଭାତଙ୍କ ସମେତ ସମସ୍ତ ଗୁରୁତର ମାନଙ୍କୁ ଏସସିବି ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର କିଛି ସମୟ ପରେ ଅରିନ୍ଦମଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଡାକ୍ତର | । ପ୍ରଭାତ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି |
ଅରିନ୍ଦମ ଧରିତ୍ରୀରୁ ସାମ୍ବାଦିକତା କ୍ୟାରିୟର୍ ଆରମ୍ଭ କରିଥିବା ବେଳେ ୨୦୦୯ ମସିହାରୁ ଏ ଯାବତ କାର୍ଯ୍ୟ କରି ଆସୁଥିଲେ । ଜଣେ ଦୁଃସାହସିକ ସାମ୍ବାଦିକ ଭାବେ ସେ ଜଣାଶୁଣା ଅରିନ୍ଦମଙ୍କୁ ହରାଇ ଓଡିଶା ସାମ୍ବାଦିକତା ଜଗତ ଗୋଟିଏ ଦୁର୍ମୁଲ୍ୟ ରତ୍ନକୁ ହରାଇଲା |
Sign in
Sign in
Recover your password.
A password will be e-mailed to you.