କଲ୍ୟାସିଂହପୁର / ପ୍ରଦୀପ ଦଳାଇ: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତ ଅଧିନସ୍ତ ବଡ଼ ଡେଙ୍ଗିଲିଲି ଗ୍ରାମରେ ଜଣ ଙ୍କ ର ମୃତ୍ୟ ହୋଇଥିବାର ଦେଖିବାକୁ ମିଳିଛି ସୂଚନା ଅନୁସାରେ ସୋମବାର ଦିନ ଉଲୁକା ବାଘ ନିଜ ଘରୁ ଟାଙ୍ଗିଆ, ଦାଆ ,ଡେକିଚି ଧରି ମାଂସ ରୋଷେଇ କରି ଖାଇବାକୁ ଦିନବେଳେ ଯାଇଥିଲେ ସନ୍ଧ୍ୟା ୪ଟା ହୋଇଗଲା ପରେ ବି ଉଲୁକା ବାଘ୍ ଘରକୁ ଫେରି ନ ଥିବା ଜାଣି ପରିବାର ଲୋକ କୁଆଡେ ଗଲା ବୋଲି ଅନେକ ଜାଗାରେ ଖୋଜାଖୋଜି କରି ଶେଷରେ ନାଳକୁ ଯାଇଥିଲେ ଏବଂ ନାଳରେ ଉଲୁକା ବାଘ୍ ଙ୍କର କ୍ଷତବିକ୍ଷତ ହୋଇ ପଡିଯାଇଥିବା ଦେଖି ତାକୁ ସେଠାରୁ ଉଠାଇ ଆଣି ନିଜ ଘରକୁ ଆଣି ଥିଲେ ଏବଂ ଉଲୁକା ବାଘଙ୍କର ମୁଣ୍ଡରେ ଓ କାନପଟରେ ଗଭୀର ମାଡ ହୋଇଥିବା ଦେଖି କିଏ ହତ୍ୟା କରିଥିବା ସନ୍ଧେହ କରିଥିଲେ । ରାତ୍ର ହୋଇଥିବାରୁ ଆଜି ମଙ୍ଗଳବାର ସକାଳୁ ଗ୍ରାମର କିଛିଲୋକ ଓ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ କଲ୍ୟାଣସିଂହପୁର ପୋଲିସ ବଡ଼ ଡେଙ୍ଗିଲେଲି ଗ୍ରାମକୁ ଆସି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ପୋଲିସର ତନାଘନା ଜାରି ରହିଛି।
Sign in
Sign in
Recover your password.
A password will be e-mailed to you.