ପାରଳାର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଦ୍ବାଦଶ ତମ ଶ୍ରାଦ୍ଧ ଦିବସ ପାଳନ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଦ୍ବାଦଶ ତମ ସ୍କୃତି ଦିବସ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟ ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସ୍ୱର୍ଗତ ତ୍ରିନାଥ ସାହୁଙ୍କୁ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିବା ପୂର୍ବକ ଦୁଇ ମିନିଟ୍ ଅମର ଆତ୍ମା ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ଅବସରରେ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ , ଡ.କଲ୍ୟାଣୀ ମିଶ୍ର , ଶ୍ରୀମତି ବରଦା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କର ଶିକ୍ଷା , କଳା , ସଂସ୍କୃତି ତଥା ପାରଳାର ଉନ୍ନତି ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ଗଜପତି ଜିଲ୍ଲା ଭଳି ଏକ ଆଦିବାସୀ ବହୁଳ ଅଞ୍ଚଳରେ ଏକ ମାତ୍ର ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିବାରେ ତାଙ୍କର ନିଷ୍ଠା ଓ ଆନ୍ତରିକ ଉଦ୍ୟମ ଅବର୍ଣ୍ଣନୀୟ।
ଏହି ସ୍ମୃତି ସଭାକୁ ସାଫଲ୍ୟ କରିବା ନିମନ୍ତେ ରାଜେଶ ପାତ୍ର, ଲାଲୀ ଖଡଗରାୟ , ଏଲ୍. ଦୁର୍ଯ୍ୟୋଧନ ଓ ଅଶୋକ ଆଦି କର୍ମକର୍ତ୍ତା ଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.