ସ୍ନାତକ ମହିଳା ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏନ୍ ଏସ୍ ଏସ୍ (NSS) ତରଫରୁ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବି ଭି ଡି (BVD) ଟିମ୍ ର କର୍ମକର୍ତ୍ତା ମାନେ ଆସି ଡେଙ୍ଗୁ ସମ୍ପର୍କରେ ଆଲୋଚନା କରିଥିଲେ।
ବିଶେଷ କରି ଶ୍ରୀ ସିଦ୍ଧାର୍ଥ ଦାସ ଡେଙ୍ଗୁ ରୋଗ ବ୍ୟାପିବାର ମୁଖ୍ୟ କାରଣ , ନିରାକରଣ ଓ ରୋଗର ଲକ୍ଷଣ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇବା ସହ କିଭଳି ଡେଙ୍ଗୁ ଓ ମ୍ୟାଲେରିଆ ଯୋଗୁଁ ପ୍ରତିବର୍ଷ ବ୍ୟାପକ ଜୀବନହାନୀ ଘଟୁଛି କହିଥିଲେ।
ବିଶେଷ କରି ନିଜ ଗୃହ ମଧ୍ୟରେ ଅସନା ପାଣିକୁ ଫିଙ୍ଗିବା ସହ ଆବର୍ଜନା ଶୂନ୍ୟ କରି ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରିବା ଦିଗରେ ବୁଝାଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଏନ୍ ଏସ୍ ଏସ୍ (NSS) ଯୋଜନା ଅଧିକାରୀ ଡ଼.ଭାରତୀ ପାଣିଗ୍ରାହୀ ପରିଚାଳନା କରିଥିବା ଏଲ୍. ଅଶୋକ ସହଯୋଗ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ନିକଟସ୍ଥ ସାହିକୁ ଯାଇ ଏନ୍ ଏସ୍ ଏସ୍ ର ସ୍ବେଚ୍ଛାସେବୀ ମାନେ ଡେଙ୍ଗୁ ସମ୍ପର୍କୀୟ ପୋଷ୍ଟର ବାଣ୍ଟିବା ସହ ସାହି ବାସିନ୍ଦାଙ୍କୁ ମଧ୍ୟ ସଚେତନ କରାଇଥିଲେ।
ଏହିକାର୍ଯ୍ୟକ୍ରମରେ ଆଶାକର୍ମୀ , ଏ ଏନ୍ ଏମ ଦିଦି ମାନେ ସହ ଯୋଗ କରିଥିଲେ।

Leave A Reply

Your email address will not be published.