ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ପାରଳାଖେମୁଣ୍ଡି, /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତ ପରିସରରେ ବର୍ଷର ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ପ୍ରାଧିକରଣର ଅଧ୍ୟକ୍ଷ ତଥା ଗଜପତି ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟପିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଲୋକ ଅଦାଲତରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆୟୋଜିତ ଏହି ଲୋକ ଅଦାଲତରେ ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ସଂପାଦନରେ ସହଯୋଗ ପ୍ରଦାନ କରିଥିଲେ।
ସମସ୍ତ ବିଚାର ବିଭାଗୀୟ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ହେମନ୍ତ କୁମାର ସେଠିି , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ମାନସ କୁମାର ପଣ୍ଡା , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ସବ୍ ଜଜ୍ ଶ୍ରୀ ଚନ୍ଦ୍ରହାସ ବେହେରା , ଉପଖଣ୍ଡିୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା , ଜେ ଏମ୍ ଏଫ୍ ସି (JMFC) ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସଂପାଦନ କରିଥିଲେ ।
ଆୟୋଜିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜଜ୍ ଶ୍ରୀ ସତ୍ୟପିର ମିଶ୍ର ଗୋଟିଏ ମୋଟର ଦୁର୍ଘଟଣା ଜନିତ କେସ୍ ର ତ୍ୱରିତ ସମାଧାନ କରି କ୍ଷତିପୂରଣ ବାବଦକୁ ୭.୬୦.୦୦୦(ସାତ ଲକ୍ଷ ଷାଠିଏ ହଜାର) ଟଙ୍କା ଦେବାକୁ ଆଦେଶ ଦେଇଥିଲେ ।
ସେହିପରି ଗଜପତି ଜିଲ୍ଲା ରା:ଉଦୟଗିରି ଠାରେ ଉପସ୍ଥିତ ଅଦାଲତ ପରିସରରେ ସବ୍ ଜଜ୍ ଶ୍ରୀ ବି.ବି.ରାୟ ଓ ଜେ ଏମ୍ ଏଫ୍ ସି (JMFC)ଶ୍ରୀ ପରେଶ ଦାସ ଓ ମୋହନା ଜେ ଏମ୍ ଏଫ୍ ସି(JMFC) ଶ୍ରୀମତୀ ଅନନ୍ୟା ଦାସ , ଜେ ଏମ୍ ଏଫ୍ ସି(JMFC) କାଶୀନଗର ଠାରେ ରେଶ୍ମା ଧଳ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ନିଜନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ ।
ଏହି ଲୋକ ଅଦାଲତରେ ବିଭିନ୍ନ ସରକାରୀ ବ୍ୟାଙ୍କ ମାନେ ମଧ୍ୟ ନିଜ ନିଜର ବ୍ୟାଙ୍କରେ ବ୍ୟାଙ୍କ ସମ୍ଭନ୍ଧୀୟ କେସ୍ ର ସମାଧାନ କରିଥିଲେ ।
ଆୟୋଜିତ ଏହି ଲୋକ ଅଦାଲତ କାର୍ଯ୍ୟକ୍ରମରେ ଆସିଥିବା ସମୁଦାୟ ୪୫୦ ଟି କେସ୍ ମଧ୍ୟରୁ ୭୦ ଟି କେସ୍ ର ତ୍ୱରିତ ବିଚାର କରାଯାଇ ୮.୨୩.୦୦୦(ଆଠ ଲକ୍ଷ ତେଇଷି ହଜାର) ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ମଚାରୀ ରମେଶ ଚନ୍ଦ୍ର ସେଠି , ଶିବ ପ୍ରସାଦ ସେନାପତି , ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.