ରାୟଗଡରୁ ସରୋଜ କୁମାର ସାହୁ: କୋଭିଡ୍ ନିୟମକୁ ପାଳନକରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ରାୟଗଡା ମୁଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁରରେ ଦୀର୍ଘ ଦିନ ଧରି ପଡିରହିଥିବା ୬୩ ଗୋଟି ମାମଲାର ଫଇସଲା କରାଯାଇ ଟ.୫୧,୪୦,୬୯୩ ଙ୍କା (ଏକାବନ ଲକ୍ଷ ଚାଳଶି ହଜାର ଛଅଶହ ତେୟାନବେ) ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୨୨ ଗୋଟି ମାମଲାର ଫଇସଲା କରାଯାଇ ଟ.୧,୫୦,୦୦୦ ଙ୍କା ( ଏକ ଲକ୍ଷ ପଚାଶ ହଜାର) ଟଙ୍କା ଆଦାୟ କରାଯାଇଛି । ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ଲୋକ ଅଦାଲତକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଏଥିରେ ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠି, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ରେଜିଷ୍ଟାର ଶ୍ରୀମତୀ ପ୍ରତିମା ପାନ, ବରିଷ୍ଠ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ମହିଳା କୋର୍ଟର ବିଚାରପତି ଶ୍ରୀମତୀ ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରି ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କର କୋଭିଡ୍ ଗାଇଡଲ୍ଇନ୍ ନିୟମ ଅନୁଯାୟୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରକ୍ଷାକରି ଲୋକମାନେ ଏହି ଲୋକ ଅଦାଲତରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.