ସ୍ବର୍ଗଦ୍ବାରରେ ମନୋରମା ମହାପାତ୍ରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ

0

ପୁରୀ/ଅନିମେଷ ପଟ୍ଟନାୟକ: ବିଶିଷ୍ଟ ସାହିତ୍ୟିକା ଡଃ ମନୋରମା ମହାପାତ୍ରଙ୍କ ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଶନିବାର ଶ୍ରୀମତୀ ମହାପାତ୍ରଙ୍କ ୮୭ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ । ଜ୍ୟେଷ୍ଠ ପୁତ୍ର ଶ୍ରୀ ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ସଂସ୍କୃତି ଅଧିକାରୀ ଶ୍ରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଶେଷ ସମ୍ମାନ ଜଣାଇଥିଲେ । ଏହି ଅବସରରେ ସ୍ବର୍ଗତା ମହାପାତ୍ରଙ୍କ ଝିଅ ସୁଚିସ୍ମିତା ମଶ୍ର, ଜାମାତା ଶ୍ରୀ ଅରୁଣ ମିଶ୍ର, ଶ୍ରୀମତୀ ଶୈଳରାଣୀ ମିଶ୍ର, ଶ୍ରୀ ବଦ୍ରିମିଶ୍ର, ଶ୍ରୀ ଶ୍ୟାମ ପ୍ରକାଶ ସେନାପତି, ଜ୍ଞାତି କୁଟୁମ୍ବ ଏବଂ ବିଶିଷ୍ଠ ବ୍ୟକ୍ତିବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.