ଚାନ୍ନି ହେବେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ : କଂଗ୍ରେସ

0

ଚଣ୍ଡିଗଡ : ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ବିଦାୟୀ ମନ୍ତ୍ରିମଣ୍ଡଳର ଵୈଷୟିକ ଶିକ୍ଷା ମନ୍ତ୍ରୀ ଚରଣଜିତ ସିଂ ଚାନ୍ନିଙ୍କୁ ମନୋନୀତ କରାଯାଇଛି। ଦଳିତ ସମ୍ପ୍ରଦାୟର ସଦସ୍ୟ ନେତା ଶ୍ରୀ ଚାନ୍ନି କ୍ୟାପଟେନଙ୍କ ଉତ୍ତରାଧୀକାରୀ ହେବେ ବୋଲି କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି |ଏହି ଘୋଷଣା କରି କଂଗ୍ରେସର ବରିଷ୍ଠ ନେତା ହରିଶ ରାୱତ ଏକ ଟୁଇଟରେ କହିଛନ୍ତି ଯେ ପଞ୍ଜାବର କଂଗ୍ରେସ ବିଧାୟକ ଦଳରର ନୂତନ ନେତା ଭାବରେ ଚାନ୍ନି ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।

 ସୂଚନାଯୋଗ୍ୟ ଯେ କ୍ୟାପଟେନଙ୍କ ଉତ୍ତରାଧିକାରୀ ଭାବେ କଂଗ୍ରେସର ବରିଷ୍ଠ ନେତା ଅମ୍ବିକା ସୋନିଙ୍କ ନାଁ ଚର୍ଚାର ପରିସର ଭିତରକୁ ଆସିଥିବା ବେଳେ ଆଜି ପଞ୍ଜାବ କଂଗ୍ରେସର ବରିଷ୍ଠ ନେତା ତଥା ମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱାଙ୍କ ନାମ ମଧ୍ୟ ଏହି ପାଦ ପାଇଁ ଶୁଣିବାକୁ ମିଳୁଥିଲା | 

ରାଜ ଭବନରେ ପହଞ୍ଚି ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ଶ୍ରୀ ଚାନ୍ନି ସରକାର ଗଠନ ପାଇଁ ଦାବି ଉପସ୍ଥାପିତ କରିଛନ୍ତି |

ଚଣ୍ଡୀଗଡ଼ ରାଜଭବନ ବାହାରେ କଂଗ୍ରେସ ସମର୍ଥକ

ଶ୍ରୀ ଚାନ୍ନିଙ୍କ ନିକଉକ୍ତି ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ ନେତା ସୁଖଜିନ୍ଦର ସିଂ ରାନ୍ଧୱା କହିଛନ୍ତି ଯେ ସେ ଆଦୌ ନିରାଶ ନୁହଁନ୍ତି।

“ଏହା ହାଇ କମାଣ୍ଡର ନିଷ୍ପତ୍ତି। ମୁଁ ଏହାକୁ ସ୍ୱାଗତ କରୁଛି” ବୋଲି କହିଛନ୍ତି ଶ୍ରୀ ରାନ୍ଧୱା |

Leave A Reply

Your email address will not be published.