‘ଉତ୍କଳ  ରଙ୍ଗମଞ୍ଚ’ : ୨୦୦ ଆସନଯୁକ୍ତ ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ

0

 

22-07-18-rangamancha.jpg - 136.45 kBଭୁବନେଶ୍ୱର :  ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଆପେକ୍ଷିତ ‘ଉତ୍କଳ  ରଙ୍ଗମଞ୍ଚ’  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଉତ୍ସବରେ ଉପସ୍ଥିତ ଥିଲେ ଭୁବନେଶ୍ୱର ଉତ୍ତରର ବିଧାନସଭା ସଦସ୍ୟ ପ୍ରିୟଦର୍ଶୀ  ମିଶ୍ର, ପ୍ରମୁଖ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ  ତଥା ଅତିରିକ୍ତ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ପର୍ଯ୍ୟଟନ ବିଭାଗ ଡକ୍ଟର ବିଜୟ କୁମାର ନାୟକ, ମୁଖ୍ୟନିର୍ବାହୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଡକ୍ଟର ସଂଗୀତା ଗୋସାଇଁ, ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର କମଲ୍କାନ୍ତ ମିଶ୍ର, କୁଳସଚିବ ଡକ୍ଟର୍ ସୁମନ୍ ଦାସ, ଗୁରୁ ରତିକାନ୍ତ ମହାପାତ୍ର, ଅରୁଣା ମହାନ୍ତି (ପଦ୍ମଶ୍ରୀ), ଏବଂ ସ୍ଥାନୀୟ କର୍ପୋରେଟର୍  ଭାରତୀ ସିଂ ।  ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ ଲିଃ (ଇଡକୋ) ଦ୍ୱାରା ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା । ଅତ୍ୟାଧୁନିକ ଜ୍ଞାନ କୌଶଳ ସଂଯୁକ୍ତ ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଥିବା ପ୍ରାୟ  ଅତ୍ୟନ୍ତ ଉଚ୍ଚମାନର ହୋଇଛି । ମଞ୍ଚଟି ଅତି ଚମତ୍କାର  ହୋଇଛି ବୋଲି ସମସ୍ତେ ମନ୍ତବ୍ୟ ଦେବା ସହିତ ରାଜ୍ୟ ସଂସ୍କୃତି ଏବଂ କଳାର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସହାୟକ ହେବ ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କର ମତପୋଷଣ କରିଥିଲେ । ଗବେଷଣା କେନ୍ଦ୍ରର ଶିଳ୍ପୀମାନେ ସାଲବେଗଙ୍କ ରଚନାରୁ “ଆହେ ନୀଳଶୈଳ” ଜଗନ୍ନାଥ ବନ୍ଦନା ପରିବେଷଣ କରିଥିଲେ ।  

Leave A Reply

Your email address will not be published.