ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ ଟାଲ ସଂରକ୍ଷୀତ ଜଙ୍ଗଲ ଭିତରେ ଥିବା ଅନୁପ୍ରବେଶକାରୀଙ୍କୁ ବନ ବିଭାଗ ଉଚ୍ଛେଦ କରିଛି। ଏହି ଘଟଣାରେ ବନ ବିଭାଗ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଜଣଙ୍କୁ ଅଟକ ରଖିଛି। ଗତ କିଛି ଦିନ ହେଲା ଝାରଖଣ୍ଡ ଅନୁପ୍ରବେଶ କାରୀ ମାନେ ଆସି ଟାଲ ସଂରକ୍ଷିତ ଜଙ୍ଗଲ ଭିତରେ ଘର କରି ରହିବା ପାଇଁ ଉଦ୍ୟମ କରୁଥିଲେ। ଏ ସଂକ୍ରାନ୍ତରେ ବନ ବିଭାଗ ଜାଣିବା ପରେ ରେଢାଖୋଲ ଡିଏଫଓ ରାମାକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବଡବାହାଳ ରେଞ୍ଜ ଅଧିକାର ପ୍ରଜ୍ଞା ପରିମିତା ଦୀପ, ରେଢାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀ ମଞ୍ଜିତ ବିଶ୍ୱାଳ, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ବିନି ବେହେରା, ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ, ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ସଦଳ ବଳେ ଚଢ଼ାଉ କରି ଅନୁପ୍ରବେଶ କାରୀଙ୍କୁ ଉଚ୍ଛେଦ କରିବା ସହ ପ୍ରାୟ ୩୦ ରୁ ଉର୍ଦ୍ଧ୍ବଙ୍କୁ ବନ ବିଭାଗ ଅଟକ ରଖି ସେମାନଙ୍କ ଠାରୁ ଶିକାରୀ ଜାଲ , ବିଭିନ୍ନ ମାରଣାସ୍ତ୍ର ଓ କିଛି ଖାଦ୍ୟ ସାମଗ୍ରୀ ଜବତ କରିଛି । ଏସଂକ୍ରାନ୍ତରେ ଡିଏଫଓ ରାମା କାନ୍ତ ନାୟକ ଙ୍କୁ ଯୋଗା ଯୋଗ କରିବାରେ ସେ କହିଲେ ଯେ ଅନୁପ୍ରବେଶ କାରୀଙ୍କୁ ଜଙ୍ଗଲ ଭିତରେ ରହିବାକୁ ଦିଆଯିବ ନାହିଁ, ଏହା ଉପରେ ବନ ବିଭାଗ ତୀକ୍ଷଣ ନଜର ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ହେଲେ ବନ ବିଭାଗ ପକ୍ଷରୁ ଏପରି ଉଚ୍ଛେଦ ପ୍ରକ୍ରିୟା ପରେ ଝାରଖଣ୍ଡି ଅନୁପ୍ରବେଶ କାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ହେଲେ ବନ ବିଭାଗ ଅଟକ କରି ରଖିଥିବା ଅନୁପ୍ରବେଶ କାରୀଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।ସେହିପରି ରେଢାଖୋଲ ଜଙ୍ଗଲ ଅଞ୍ଚଳରେ ଏବେ ମଧ୍ୟ ଶତାଧିକ ଅନୁପ୍ରବେଶ କାରୀ ବସତି କରି ରହି ଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ଉଚ୍ଛେଦ କରାଯାଉ ନାହିଁ। ଫଳରେ ଦିନକୁ ଦିନ ରେଢାଖୋଲ ଅଞ୍ଚଳରେ ଅନୁପ୍ରବେଶ କାରୀଙ୍କ ସଂଖ୍ୟା ବଢୁ ଥିବାରୁ ଜଙ୍ଗଲ ଉଜୁଡି ଯିବାରେ ଲାଗିଛି।ଏଥି ପ୍ରତି ବନ ବିଭାଗ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.