ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ରହିବା ପାଇଁ ଏକ ଶହ ସଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ ସମାଜ ମଙ୍ଗଳ ବିଭାଗର ଆର୍ଥିକ ଅନୁଦାନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧କୋଟି ୩୫ଲକ୍ଷ ୮୪ହଜାର ଟଙ୍କା ବ୍ୟୟ ମୂଲ୍ୟରେ ନିର୍ମାଣ ହୋଇଥିଲା । ନିର୍ମାଣ ପରେ ନିମ୍ନ ମାନର କାମ ହେବା ସହ ଛାତ୍ରୀ ନିବାସର ବୈଦ୍ୟୁତିକରଣ ହୋଇନାହିଁ ଏବଂ ଅନ୍ୟାନ୍ୟ କାମ ମଧ୍ୟ ହୋଇନଥିବା ଅଭିଯୋଗ ହୋଇଥିଲା । ଏହି ସବୁ ସମସ୍ୟା ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଟୁଇଟ ଯୋଗେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ତଦନ୍ତ କରି ଗ୍ରାମ୍ୟ ଉନ୍ନୟନ ଉତ୍ତରରେ କହିଛି କି ଗତ ୨୦/୦୬/୨୦୧୯ ଦିନ କୋଠାଘରଟି ମହାବିଦ୍ୟାଳୟକୁ ହସ୍ତାନ୍ତର କରାଯାଇଛି । କୋଠାର ଭିତର କାମ ସମୂର୍ଣ୍ଣ ହୋଇଛି ଏବଂ ବାହାର କାମ ଟଙ୍କା ଅଭାବରୁ କିଛି ବାକି ରହିଛି ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ଟଙ୍କା ମଗା ଯାଇଛି । ଛାତ୍ରୀ ନିବାସର ବୈଦ୍ୟୁତିକ କରଣ ପାଇଁ ବିଦ୍ୟୁତି ବିଭାଗକୁ ୧୫ ଦିନ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଠି ଗୋଟିଏ କଥା ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗ ମହାବିଦ୍ୟାଳୟକୁ ହସ୍ତାନ୍ତର କଲା ତେବେ ଘରକୁ ସୁରକ୍ଷିତ ରଖିବା ମହାବିଦ୍ୟାଳୟର ଦାୟିତ୍ୱ । କଲେଜ କର୍ତ୍ତୃପକ୍ଷ ନିଜର ଦାୟିତ୍ୱ ଲୁଚାଇବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ବିଭାଗକୁ ଦୋଷ ଲଦି ଦେଉଛନ୍ତି ଅବା ଠିକାଦାର ବା ଅଭିଯୋଗ କରୁଥିବା ଲୋକଙ୍କ ଅନ୍ୟ କିଛି ମହତ ଉଦ୍ଦେଶ୍ୟ ଥାଇପାରେ |
Sign in
Sign in
Recover your password.
A password will be e-mailed to you.