ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ଇତି ମଧ୍ୟରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା ସହ ଚାଷୀମାନଙ୍କୁ ମରୁଡି ସହାୟତା ପ୍ରଦାନ କରାଯିବାକୁ ନେଇ ଦାବୀ କରାଯାଇଛି । ସୋମବାର ଖପ୍ରାଖୋଲ ବ୍ଳକ କୃଷକ ସଂଘ ପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଖପ୍ରାଖୋଲ ବ୍ଳକରେ ଖରିଫ ଋତୁ ଆରମ୍ଭରୁ ବର୍ତ୍ତମାନ ଅଗଷ୍ଟ ଶେଷ ସୁଦ୍ଧା ସ୍ବାଭାବିକ ୪୪ ଶତକଡା ଠୁ କମ୍ ବର୍ଷା ହେବାରୁ ଚାଷ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ରୁଆ ବେଉଷଣ କାର୍ଯ୍ୟ ମଧ୍ୟ ହୋଇପାରି ନାହିଁ ତାସାଙ୍ଗକୁ ନଈ ନାଳ ପୋଖରୀ ଗୁଡିକରେ ପାଣି ନଥିବାରୁ ଏକ ପ୍ରକାର ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ବନ୍ଦ ହୋଇପଡିଛି । ଏନେଇ ସଂଘ ପକ୍ଷରୁ ଦାବୀପତ୍ର ଉଲ୍ଲେଖ କରାଯାଇଛି ଯେ, ଚଳିତ ବର୍ଷ ଚାଷର କ୍ଷୟକ୍ଷତିକୁ ଆକଳନ କରି ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ଭାବେ ମରୁଡି ଘୋଷଣା କରିବା, ପ୍ରଧାନମନ୍ତ୍ରୀ ଫସଲ ବୀମା ଅନ୍ତର୍ଭୁକ୍ତ ସମସ୍ତ ଚାଷୀଙ୍କୁ ସମ୍ପୂର୍ଣ୍ଣ ବୀମା ରାଶି ଅର୍ଥ ପ୍ରଦାନ କରିବା, କୃଷି ଋଣ ଛାଡ କରିବା, ଆଗାମୀ ରବି ଋତୁ ପାଇଁ କମ ଅବଧି ଯୁକ୍ତ ଫସଲ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା, ନୂତନ ଉଠା ଜଳସେଚନ ପ୍ରକଳ୍ପ ଓ ଗଭୀର ନଳକୂପ ପ୍ରକଳ୍ପ ଯୋଜନାକୁ ଠିକ ଭାବରେ କାର୍ଯ୍ୟକାରୀ କରିବା ସହ ଅଚଳ ହୋଇପଡିଥିବା ଉଠାଜଳସେଚନ ପ୍ରକଳ୍ପ ଗୁଡିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ଆଦି ଦାବୀ ଗୁଡ଼ିକ ପୂରଣ ଦିଗରେ ଦାବୀ କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ସଂଘର ବଳଦେବ ସାଗର, ଧୃବଚରଣ ଛତର, ଶ୍ରୀକାନ୍ତ ଖର୍ସେଲ, ଚୁଡ଼ାମଣି ଛତାବର, ବିପିନ ସା ପ୍ରମୁଖଙ୍କ ସହ ଅନ୍ୟଚାଷୀ ମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.