ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ପାରଳାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ରଙ୍କୁ ଓଡିଶୀ କଣ୍ଠ ସଂଗୀତ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ୨୦୨୦ ବର୍ଷ ପାଇଁ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ପୁରସ୍କୃତ କରିଥିଲେ।
ଏହା ପରେ ଗଞ୍ଜାମ ଓ ଗଜପତି ଜିଲ୍ଲାର କଳାପ୍ରେମୀ ମହଲରେ ଖୁସୀର ଲହରୀ ଖେଳିଯାଇଥିଲା। ଦୀର୍ଘ ବର୍ଷ ପରେ ଗଜପତିରୁ ଜଣେ କଳାକାର ପୁରସ୍କୃତ ହେଇଥିବା ଯୋଗୁଁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ରଘୁନାଥ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଆୟୋଜକ କ୍ରିଏଟିଭ୍ ଆର୍ଟସ୍ ସହ ତରଙ୍ଗ ରଙ୍ଗ ନାଟ୍ୟ ଅନୁଷ୍ଠାନ, ଭକ୍ତି ସଙ୍ଗୀତ ସଂସଦ , ଉତ୍କଳ ହିତୈଷିଣୀ ସମାଜ , ସମଲେଇ ନୃତ୍ୟକଳା ପରିଷଦ, ନଟରାଜ ଡେନ୍ସ ସ୍କୁଲ ,ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର , ପଦାମୃତ ନୃତ୍ୟାୟନ , ଗଜପତି କଳା ପରିଷଦ , ନିତ୍ୟାନନ୍ଦ ପାଠାଗାର , ଆକାଂକ୍ଷା ମହିଳା ସଂଗଠନ , ସୃଜନିକା ଯୁବ ପରିଷଦ , ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆଦି ଅନେକ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଜଣ ଜଣ କରି ଅଭିନନ୍ଦନ ଜଣାଇଥିଲେ।
ସମ୍ବର୍ଦ୍ଧନା ବୈଠକକୁ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ମନୋଜ ପାଢ଼ୀ , ଉପ ସଭାପତି ଏମ. ପୃଥିବୀରାଜ , ନାଟ୍ୟ ନିର୍ଦ୍ଦେଶକ ଦେବେନ୍ଦ୍ର ଦାସ , ଅର୍ଜୁନ ନାୟକ , ଅମୁଲ୍ୟ ପାଣିଗ୍ରାହି , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ସୁଜିତ ପାଣିଗ୍ରାହି , କାମଦେବ ପାଢ଼ୀ , ସତ୍ୟ ପଢିଆରୀ , ହର ତ୍ରିପାଠୀ , କୁନା ହଳଧର , ହରିହର ପଟ୍ଟନାୟକ ପ୍ରମୁଖ କଳାକାର ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post