ପିପିଲି ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ

0

 

ଭୁବନେଶ୍ୱର,: ମହାମାରୀ କୋଭିଡ୍-୧୯ ଯୋଗୁଁ ସ୍ଥଗିତ ଥିବା ୧୧୦-ପିପିଲି ଉପନିର୍ବାଚନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଗତ ୦୪/୦୯/୨୦୨୧ରେ ପୁନଃବିଜ୍ଞପ୍ତି ପ୍ରକାଶ କରିଛନ୍ତିା ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପରାମର୍ଶ କ୍ରମେ ନିର୍ବାଚନ ଆୟୋଗ ପିପିଲି ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତିା ଏଥିସହିତ ତା.୦୪/୦୯/୨୦୨୧ରିଖଠାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଛି ବୋଲି ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତିା

ତଦନୁସାରେ ତା. ୩୦/୦୯/୨୦୨୧ରିଖ(ଗୁରୁବାର) ଦିନ ଭୋଟ ଗ୍ରହଣ କରାଯିବା ସେହିପରି ତା. ୦୩/୧୦/୨୦୨୧ରିଖ ଦିନ (ସକାଳ ୭ ଘଟକାରୁ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ) ଭୋଟ ଗଣତି ହୋଇ ତା,୦୫/୧୦/୨୦୨୧ରିଖ ଦିନ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଉପନିର୍ବାଚନରେ କୋଭିଡ୍-୧୯ର ବିସ୍ତୃତ ନିର୍ଦ୍ଦେଶାବଳୀକୁ ସବୁସ୍ତରରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତିା

Leave A Reply

Your email address will not be published.