ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)- ବିଶ୍ୱକୁ ପରିବର୍ତ୍ତନ କରିବା ପାଇଁ ଏକମାତ୍ର ଶକ୍ତି ହେଉଛି ନାରୀ ଶକ୍ତି । ତାହା ହିଁ ସମାଜର ଶ୍ରେଷ୍ଠ ଶକ୍ତି । ନାରୀ ଜାଗିଲେ ଦେଶ ଜାଗିବ । ଦେଶ ପ୍ରଗତିରେ ନାରୀମାନଙ୍କର ଭୂମିକା ସ୍ୱତନ୍ତ୍ର ବୋଲି ଆଜି ଭଦ୍ରକ ନୂଆବଜାରସ୍ଥିତ ଭାଗବତ କଲ୍ୟାଣ ମଣ୍ଡପର ନାରୀଶକ୍ତି ସେବା ସମିତି ପକ୍ଷରୁ ଆୟୋଜିତ ଏକ ସଭାରେ ବକ୍ତାମାନେ ନିଜ ନିଜର ମତ ରଖିଥିଲେ । ସେବା ସମିତିର ସଭାପତି ରାଜଲକ୍ଷ୍ମୀ ମହାପାତ୍ର ପୌରୋହିତ୍ୟ କରିଥିଲେ ।ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଦୈତ୍ୟାରି ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ପ୍ରଗତିରେ ନାରୀ ଶକ୍ତିର ଆବଶ୍ୟକତା ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରମୋଦ ରାୟ ମୁଖ୍ୟବକ୍ତା, ସାମ୍ବାଦିକ ସତ୍ୟଭୂଷଣ ସ୍ୱାମୀ, ସଂଗଠକ ସନ୍ତୋଷ କୁମାର ଦାସ, ସମାଜସେବୀ ରିଚା ମହାନ୍ତି, ପ୍ରତିମା ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜକୁ ନାରୀ ଶକ୍ତିର ଆବଶ୍ୟକତା ସଂପର୍କରେ ନିଜ ନିଜର ମତ ପ୍ରକାଶ କରିଥିଲେ । ସ୍ୱୟଂ ସହାୟିକା ସେବା ସଂଗଠନର ମା’ ଓ ଭଉଣୀ ମାନେ ଯୋଗଦେଇଥିବାବେଳେ ସୁଶ୍ରୀ ଅନିତା ରାୟ ଓ ବ୍ୟୋମକେଶ ରଂଜନ ମହାନ୍ତି ସଭା ପରିଚାଳନା କରିଥିଲେ । ଶେଷରେ ମଇବୁର ସାହା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ବୈଠକର ଅନୁମୋଦନ କ୍ରମେ ଆସନ୍ତା ଅକ୍ଟୋବର ମାସ ୯ ଓ ୧୦ ତାରିଖ ଦୁଇଦିନ ଧରି ପ୍ରତିବର୍ଷ ପରି ଚଳିତବର୍ଷ ନାରୀ ସେବା ସମିତି ଆନୁକୂଳ୍ୟରେ ‘ମହକ’ ର ସପ୍ତମ ବାର୍ଷିକ ମହୋତ୍ସବ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହେବା ସହିତ ଝୋଟି, ସଂଗୀତ ଓ ଚିତ୍ରାଙ୍କନରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିବା ସହ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ । ଏବଂ ସମଗ୍ର ଓଡ଼ିଶାରେ ଚହଳ ପକାଇଥିବା ନାରୀଶକ୍ତି ସେବା ଅନୁଷ୍ଠାନ ର ଆକର୍ଷଣୀୟ କାର୍ଯ୍ୟକ୍ରମ ମିସ୍ ମହକ ଓ ମିସେସ୍ ମହକ କାର୍ଯ୍ୟକ୍ରମ ହେବା ସହିତ ସେମାନଙ୍କୁ ବିଶେଷ ଭାବେ ପୁରସ୍କୃତ କରାଯିବାର ସ୍ଥିର କରାଯାଇଛି । ଏହି ଅବସରରେ ନାରୀ ଶକ୍ତି ସେବା ପକ୍ଷରୁ ‘ମହକ’ ନାମକ ଏକ ଗବେଷଣାଧର୍ମୀ ପୁସ୍ତକ ପ୍ରକାଶ ପାଇବ ବୋଲି ସ୍ଥିର କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀ ପଣ୍ଡା, ଭାଗ୍ୟଶ୍ରୀ ପଣ୍ଡା, ସତ୍ୟଭାମା ମିଶ୍ର, ସ୍ୱର୍ଣ୍ଣମୟୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ନାରୀ ଶକ୍ତିର ବାର୍ଷିକ ମହୋତ୍ସବକୁ ବିଭିନ୍ନ ଦିଗରୁ ସରସ, ସୁନ୍ଦର ଓ ଆକର୍ଷଣୀୟ କରାଯିବା ପାଇଁ ବିଭିନ୍ନ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ମହୋତ୍ସବ ପରିଚାଳନା ନିମନ୍ତେ ସାଙ୍ଗଠନିକ ଆଲୋଚନା ମଧ୍ୟ କରାଯାଇଥିଲା । ଏହି ମହୋତ୍ସବରେ ରାଜ୍ୟସ୍ତରରେ ବିଭିନ୍ନ ଦିଗରୁ କୃତୀତ୍ୱ ଅର୍ଜନ କରିଥିବା ଜଣକୁ ‘ମହକ’ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଛି ।
Sign in
Sign in
Recover your password.
A password will be e-mailed to you.