କଳାକାରଙ୍କ ବିୟୋଗରେ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ସ୍ମୁତିସଭା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଟ ହାର୍ମୋନିଅମ ବାଦକ ତଥା କଣ୍ଠଶିଳ୍ପୀ କଳାସାରଥୀ ନାରାୟଣ ଦାସ ପଟ୍ଟନାୟକଙ୍କ ଅକାଳ ବିୟୋଗରେ ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ପକ୍ଷରୁ ଏକ ଶୋକ ସଭା ଆୟୋଜିତ ହୋଇଥିଲା ।
କରଣ ସାହି ସ୍ଥିତ ବିଜୟ କ୍ଲବ ପରିସରରେ ଆୟୋଜିତ ଏହି ସଭାରେ ସ୍ବର୍ଗତ ନାରାୟଣଙ୍କ ସ୍ମୁତି ଚରଣ କରାଇଥିଲା। ନାରାୟଣ ଜଣେ ସରଳ ଓ ମେଳାପି ବ୍ୟକ୍ତି ଥିଲେ। ପାରଳାରେ ଜୟ ଭାରତୀ ମେଲୋଡ଼ି ଠୁ ଆରମ୍ଭ କରି ଅନେକ ଅନୁଷ୍ଠାନରେ ଗୀତ ଗାଇଥିଲେ। ଏଥି ପାଇଁ ତାଙ୍କୁ କଳା ସାରଥୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।
ଅନେକ ନାଟକରେ ମଧ୍ୟ ସେ କଣ୍ଠଦାନ କରିଥିବା ଯୋଗୁଁ କଳାକାର ମାନେ ତାଙ୍କ ସ୍ମୁତି ଚାରଣ କରିଥିଲେ।
ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ମୋନୋଜ ପାଢ଼ୀ( ମୁନା) , ନାଟ୍ୟ ନିର୍ଦେଶକ ଅର୍ଜୁନ ନାୟକ , ନାଟ୍ୟ କର୍ମୀ ଆଦର୍ଶ ଦାସ , ଜଟିଆ ଗୌଡ଼ , ଅମୂଲ୍ୟ ପାଣିଗ୍ରାହି , ହର ତ୍ରିପାଠୀ , କୁନା ହଳଧର , ହରିହର ପଟ୍ଟନାୟକ , ଶୁଭ୍ରାଂଶୁ ପଟ୍ଟନାୟକ , ସୁଜିତ ପାଣିଗ୍ରାହି , ବାଳକୃଷ୍ଣ ପାଣିଗ୍ରାହି , କାମଦେବ ପାଢ଼ୀ , ମନୋଜ ପାଢ଼ୀ ପ୍ରମୁଖ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Leave A Reply

Your email address will not be published.