ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ୨ ଓଡିଶା ବାଟାଲିଏନ୍ ଏନ୍.ସି.ସି ପକ୍ଷରୁ “ଫିଟ୍ ଇଣ୍ଡିଆ ଫ୍ରିଡ଼ମ୍ ରନ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଅତିଥି ରୂପେ ଯୋଗଦେଇଥିଲେ।
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼.ବୃଷକେତୁ ଦାଶ ସ୍ୱାଗତ ଭାଷଣ ଓ “ଫିଟ୍ ଇଣ୍ଡିଆ ରନ୍”ର ଉଦେଶ୍ୟ ଜ୍ଞାପନ କରିଥିଲେ।
ବ୍ରହ୍ମପୁର ଏନ୍. ସି.ସି ଅଫିସରୁ ଯୋଗ ଦେଇଥିବା ନାଏବ ସୁବେଦାର କୃଷ୍ଣ ବାହାଦୂର ମଗର ଓ ହାବିଲଦାର ମୁକେଶ ସିଂ , ଏନ୍. ସି.ସି ଅଫିସର ହରିହର ଦାଶ ପ୍ରମୁଖ ସମର ଶିକ୍ଷାର୍ଥି ବାହିନୀସୁସ୍ଥ ରହିବା ସହ ସୁସ୍ଥ ଭାରତ ଗଠନ ପାଇଁ ଦୈନିକ ଦୌଡିବା ଓ ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଷ୍ଟାଡିଅମ ଠାରେ ” ଫିଟ୍ ଇଣ୍ଡିଆ ରନ୍”ର ସମାପ୍ତି ଘୋଷଣା କରି ଉଦବୋଧନ ଦେଇଥିଲେ।
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି କ୍ୟାଡ଼ରଙ୍କ ସମେତ ଏନ୍.ସି.ସି ଅଫିସର ଜଗନ୍ନାଥ ପଟ୍ଟନାୟକ , ଏସ୍.କେ.ସି.ଜି କଲେଜ ଏନ୍.ସି.ସି ଅଫିସର ଡ.ସୁମନ୍ତ କୁମାର ବେହେରା , କାଶୀନଗର ବାରାଣସୀ ହାଇସ୍କୁଲର ଏନ୍. ସି.ସି ଅଫିସର ଭେଙ୍କେଟ ରାଓ ପୋଲାକି , ଏସ୍.କେ.ସି.ଜି ହାଇସ୍କୁଲ ଗୁରାଣ୍ଡିରୁ୍ ଏସ୍ .ମନ୍ନମଥ ରାଓ ଓ ଜେ.ନେ.ଭିରୁ ଶ୍ରୀ ନାଇଡୁ ପ୍ରମୁଖ ଯୋଗ ଦେଇଥିଲେ।
ଜଗନ୍ନାଥ ପଟ୍ଟନାୟକ , ୱା.ଧର୍ମାରାଓ , ଝିକୋରିଆ ଶବର , ରାମୋଜୀ ରମେଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.