ପ୍ୟାଲେଟ୍ ପ୍ରଡକସନ୍ କାପାସିଟି ଦ୍ୱିଗୁଣିତ ୧୨ଏମ୍ଟିପିଏ ହୋଇ ପାରାଦ୍ୱୀପ ପ୍ଲାଣ୍ଟ ଓଡିଶାର ସର୍ବବୃହତ ପ୍ୟାଲେଟାଇଜେସନ୍ କମ୍ପ୍ଲେକ୍ସ ଭାବେ ପରିଗଣିତ ହେଲା
ପାରାଦ୍ୱୀପ/ଭୁବନେଶ୍ୱର: ଆରସେଲର ମିତଲ ନିପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପାରାଦ୍ୱୀପଠାରେ ନିଜର ଦ୍ୱିତୀୟ ୬ଏମ୍ଟିପିଏ କ୍ଷମତା ବିଶିଷ୍ଟ ପ୍ୟାଲେଟ୍ ପ୍ଲାଣ୍ଟର ଶୁଭାରମ୍ଭ ବିଷୟ ଘୋଷଣା କରିଛି । ଏହା ସହ ଏଏମ୍/ଏନ୍ଏସ୍ ଇଣ୍ଡିଆର ପାରାଦ୍ୱୀପ ପ୍ଲାନ୍ଟରେ ଉତ୍ପାଦନ କ୍ଷମତା ଦ୍ୱିଗୁଣିତ ହୋଇ ୧୨ଏମ୍ଟିପିଏ ହେବା ସହିତ ଏହି ପ୍ଲାଣ୍ଟରେ ଏକ ସ୍ଥାନରେ ଭାରତର ସର୍ବବୃହତରେ ପ୍ୟାଲେଟାଇଜେସନ୍ କମ୍ପ୍ଲେକ୍ସ ଭାବେ ପରିଚିତ ହୋଇଛି । ବର୍ତମାନ ଏଏମ୍/ଏନ୍ଏସ୍ ଇଣ୍ଡିଆର ଭାରତରେ ପ୍ୟାଲେଟାଇଜେସନ୍ କାପାସିଟି ୨୦ ଏମ୍ଟିପିଏକୁ ବୃଦ୍ଧି ପାଇଛି ।
ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ସିଇଓ ଦିଲ୍ଲୀପ ଓମେନ୍ କହିଲେ, ପାରାଦୀପଠାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପ୍ୟାଲେଟ୍ ପ୍ଲାନ୍ଟ ଏଏମ୍/ଏନ୍ଏସ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଆଗାମୀ ଦଶନ୍ଧିରେ ଭାରତରେ ଡୋମେଷ୍ଟିକ୍ ଷ୍ଟିଲ୍ ପ୍ରଡକ୍ସନ୍ କାପାସିଟିକୁ ୩୦୦ ମେଟ୍ରିକ୍ ଟନକୁ ପହଂଚାଇବା ଦିଗରେ ଆମର ଏକ ଅବଦାନ । ବିଗତ ୧୮ ମାସ ମଧ୍ୟରେ ସମସ୍ତ ବାଧାବିଘ୍ନର ସମ୍ମୁଖୀନ ହୋଇ ଆମ ପାରାଦ୍ୱୀପ ପ୍ଲାନ୍ଟର ସମସ୍ତ କର୍ମଚାରୀଙ୍କର ଅବିଶ୍ରାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆମେ ମଧ୍ୟ ଓଡିଶା ସରକାରଙ୍କ “ଇନଭେଷ୍ଟ ଓଡିଶା” କାର୍ଯ୍ୟକ୍ରମ ଅନୁଯାୟୀ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରୁଛୁ । ଓଡିଶାକୁ ଭାରତର ଷ୍ଟିଲ ପ୍ରଡକ୍ସନ୍ ହବ ହିସାବରେ ଗଢି ତୋଳିବାରେ ଆମ ସହଯୋଗର ପ୍ରତିଶୃତି ଅନୁଯାୟୀ ଆମେ ଓଡିଶାରେ ନିବେଶ କରୁଛୁ ଏବଂ ଆମେ ବର୍ତମାନ ଓଡିଶାରେ ଗ୍ରୀନଫିଲଡ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ଦିଗରେ ଅଗ୍ରଗତି କରୁଛୁ ।
ଏଏମ୍/ଏନ୍ଏସ୍ ଇଣ୍ଡିଆର ଚିଫ୍ ଅପରେଟିଂ ଅଫିସର ୱିନ୍ ଭ୍ୟାନ୍ ଗାର୍ଭେନ୍ କହିଲେ ପାରାଦ୍ୱୀପର ଦ୍ୱିତିୟ ପ୍ୟାଲେଟ୍ ପ୍ଲାନ୍ଟ ଆରମ୍ଭ ହେବା ଦ୍ୱାରା ଡୋମେଷ୍ଟିକ୍ ଷ୍ଟିଲ୍ ଉତ୍ପାଦନ ନିମନ୍ତେ ଆବଶ୍ୟକ ହେଉଥିବା ଉଚ୍ଚ ଗୁଣବତା ଯୁକ୍ତ ଡାଇରେକ୍ଟ ରିସ୍ୟୁଡ଼ ଆଇରନ୍ ଗ୍ରେଡ୍ ପ୍ୟାଲେଟ୍ କ୍ଷେତ୍ରରେ ଆମ କ୍ଷମତା ବୃଦ୍ଧି ହୋଇଛି । ଏହା ଏଏମ୍/ଏନ୍ଏସ୍ ଇଣ୍ଡିଆର ଭବିଷ୍ୟତରେ ଭାରତରେ ନିଜର ଷ୍ଟିଲ୍ ଉତ୍ପାଦନକୁ ୩୦ଏମ୍ଟିପିଏ ପହଂଚାଇବାରେ ମଧ୍ୟ ସାହାଯ୍ୟ କରିବ ।
ବର୍ତମାନ ଏଏମ୍/ଏନ୍ଏସ୍ ଇଣ୍ଡିଆର ପାରାଦ୍ୱୀପ ପ୍ଲାନ୍ଟରେ ୧୨ଏମ୍ଟିପିଏ ଓ ଆନ୍ଧ୍ରପ୍ରଦେଶରେ ବିଶାଖାପାଟଣା ପ୍ଲାଣ୍ଟରେ ୮ଏମ୍ଟିପିଏ ପ୍ୟାଲେଟ୍ ଉତ୍ପାଦନ ହେଉଛି । ପାରାଦ୍ୱୀପ ଠାରେ ଦ୍ୱିତୀୟ ପ୍ୟାଲେଟ୍ ପ୍ଲାଣ୍ଟ ୱିନ୍ ଭ୍ୟାନ୍ ଗାରଭେନଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ବେଳେ ଏହି ଅବସରରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଓଡିଶା ଅପରେସନର କାର୍ଯ୍ୟନିର୍ବାହୀ ଅଧିକାରୀ ଜି ସୁରେଶ, ଷ୍ଟ୍ରାଟେଜିକ୍ ପ୍ରୋଜେକ୍ଟସର କାର୍ଯ୍ୟନିର୍ବାହୀ ଅଧିକାରୀ ଟି. ଏସ୍. ସାନଭୋଗେ ପ୍ୟାଲେଟ୍ ପ୍ଲାଣ୍ଟ ଅପରେସନ୍ ହେଡ୍ ୟୁ.ଏସ୍. ଆର୍. ରାଜୁ ଓଡିଶା ଏଚ୍ଆର୍ ଆଇଆର୍ ଏବଂ ଆଡମିନିଷ୍ଟ୍ରେସନ ହେଡ୍ ପି.କେ. ମହାନ୍ତି ଊପସ୍ଥିତ ଥିଲେ ।