ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶ୍ରୀକାରଣ ସାହି ସ୍ଥିତ ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଗୁରୁବାର ଦିନ ସନ୍ଧ୍ୟାରେ କାର୍ଯ୍ୟକାରୀ ସଭାପତି ଗୌର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି।
ବିଶିଷ୍ଠ କଳାକାର ନାରାୟଣ ଦାସ ପଟ୍ଟନାୟକ ଏବଂ ବରିଷ୍ଠ ବର୍ଷୀୟାନ ଶିକ୍ଷାବିତ୍ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଅକାଳ ବିୟୋଗରେ ୧୦୧ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।
ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବାପରେ ୩୦ରୁ ଉର୍ଦ୍ଧ୍ବ କଳାକାର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ନିଜର ମତ ଏବଂ ଅନୁଭୂତି ସହ ଦିବଙ୍ଗତ ଦୁହିଁଙ୍କର ଅବଦାନ ଉପସ୍ଥାନ କରିଥିଲେ।ସୋମନାଥ ପଟ୍ଟନାୟକ ,ପ୍ରେମାନନ୍ଦ ପଟ୍ଟନାୟକ , ତ୍ରିନାଥ ପଟ୍ଟନାୟକ , କୁସୁମାଞ୍ଜଳି ପଟ୍ଟନାୟକ , ବିଚିତ୍ରାନନ୍ଦ ବେବର୍ତ୍ତା , ତନୁଜା ଶତପଥୀ , ଜଗନ୍ନାଥ ମିଶ୍ର , ସୂର୍ଯ୍ୟନାରାୟଣ ପଟ୍ଟନାୟକ , ରବିନାରାୟଣ ପଟ୍ଟନାୟକ , କୈଳାସ ପଟ୍ଟନାୟକ ପ୍ରଭୃତି ଯୋଗଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.