ଭୁବନେଶ୍ବର – ୨୦୧୪ ମସିହା ପାଖରୁ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଳାଶୟ କେବନ୍ ଦେଶରେ ମିଛ ବିକ୍ରୀ କରିବାଲିଲେ । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ମୋଦିଙ୍କର ଯେତେଗୁଡ଼ିଏ ଭିଡିଓ ବା ସାମାଜିକ ଗଣମାଧ୍ୟମରେ ତାଙ୍କ କଥାକୁ ଯଦି ବିଚାରକୁ ନେବେ ସେ ଯାହା ଦେଶବାସୀଙ୍କୁ ଯେଉଁ ଭରସା ଦେଇଥିଲେ ଠିକ ତାର ସବୁ ଓଲଟା ହଁ କରୁଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଠାରୁ ଆରମ୍ଭ କରି ଶ୍ରୀ ମନମୋହନ ସିଂଙ୍କ ସରକାର ପର୍ଯ୍ୟନ୍ତ କଂଗ୍ରେସ ସରକାର ବା କଂଗ୍ରେସ ମିଳିତ ସରକାର ଭାରତ ବର୍ଷରେ ଯେଉଁ ସବୁ ସଂପତି ସୃଷ୍ଟି କରିଥିଲେ ବର୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିଜର କିଛି ନିକଟତମ ପୁଞ୍ଜିପତି ବନ୍ଧୁ ମାନଙ୍କୁ ସିଧାସଳଖ ବିକ୍ରି କରିବା ବା ଲିଳ ଆକାରରେ ଦେବା ପାଇଁ ନିଷ୍ପତି ନେଇ ସାରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତିକ୍ଷୋଭର ସହ କହିଛନ୍ତି ଭାରତବର୍ଷର ଜାତୀୟ ସଂସ୍କୃତି କୌଣସି ଏକ ଦଳର ସଂପତି ନୁହଁ ବା କୌଣସି ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଂପତି ନୁହେଁ । ଏହା ଭାରତବର୍ଷର ସବୁଠାରୁ ଅତି ଅବହେଳିତ ବାଲିର କର ପଇସାରେ ଏବଂପତି ତିଆରି କରାଯାଇଛି । ତେଣୁ ଆଜି ଦେଶରେ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି ୯୮% ଲୋକଙ୍କର ଆୟ ବହୁପରିମାଣରେ କମିଥିଲା ବେଳେ ମାତ୍ର ୨% ଲୋକଙ୍କର ଆୟ ଏତେ ପରିମାଣରେ ବୃଦ୍ଧି କିପରି ଘଟିଛି । ଭାରତ ବର୍ଷର ପାଖାଖୁ ୧୦% ଲୋକଙ୍କ ହାତରେ ସମସ୍ତ ସୁବିଧା, ସୁଯୋଗ, ପ୍ରାପୁର୍ଯ୍ୟ ରହିଥିବା ବେଳେ ୯୦ ଭାଗ ଲୋକ ସେଥିରୁ ବଂଚିତ । ଏଭଳି ପରିସ୍ଥିତିରେ ଯେଉଁ ଜାତୀୟ ସଂପତି ସୃଷ୍ଟି କରାଯାଇଥିଲା ସେ ସଂପତି ସବୁ ଭାରତ ବର୍ଷର ଅର୍ଥନୀତିକୁ ଗତିଶୀଳ କରିବା ସହିତ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଗଣିତ କରିପାରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅଖଳ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ମୁଖପାତ୍ର ତଥା ପୂର୍ବତନ ସାଧାରଣ ସଂପାଦକ ମୋହନ ପ୍ରକାଶ ସାମ୍ବାଦିକ ମାନଙ୍କୁ ଜାତୀୟ ମୁଦ୍ରିକରଣ ଯୋଜନାର ଆଭିମୁଖ୍ୟ କଣ କହିଲାବେଳେ କହିଥିଲେ ଯେ ଏହି ଯୋଳନା ହେଉଛି ଶତାବ୍ଦୀର ସବୁଠାରୁ ବଡ଼ ଘୋଟଲା ଯୋଳନା । ସେ ନରେନ୍ଦ୍ର ମୋଦି ସରକାରଙ୍କୁ କଟୁ ସମାଲୋଚନା କରି କହିଲେ ଏ ଯେଉଁ ସଂପତି ସବୁ ମୋଦି ସରକାର ଲିଷ୍ଟ କରିଛନ୍ତି ତାକୁ ବିକ୍ରି କରିବା ପାଇଁ ଅଥବା ଆସନ୍ତା ୪ ବର୍ଷ ପାଇଁ ଲିଜ ଦେବା ଏ ସବୁ ସଂପତି ସବୁ ଗୁଡିକୁ ଗଲୁରହିଥିବା ସଂପତି ଏ ସଂପତି ଭାରତ ସରକାରଙ୍କୁ ପ୍ରଚୁର ପରିମାଣରେ ଲାଭ ଦେଉଛି ଏବଂ ସରକାର ବହୁ ପରିମାଣରେ ଡିଭିଡେଣ୍ଡ ମଧ୍ୟ ପାଉଛନ୍ତି । ଖାଲି ସେତିକି ନୁହେଁ ଏହି ସବୁ ସଂପତିର ସାମାଜିକ ଦାୟିତ୍ଵବୋଧ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତେଣୁ କେଉଁ କାରଣ ଯୋଗୁଁ ଓ କାହିଁକି ଏହି ସବୁ ସଂପତିକୁ ଆମେ ଏଭଳି ଢ଼ଙ୍ଗରେ ଚୟନ କରିଛୁ ଯାହାର ମୂଳ ରଦ୍ଦେଶ୍ୟ ହେଉଛି ଭାରତବର୍ଷକୁ ଦୁର୍ବଳ କରିବା ଏବଂ ଭାରତ ବର୍ଷର କୋଟି କୋଟି ଯୁବକଯୁବତୀଙ୍କର ଆଶାବିଶ୍ଵାସକୁ ମାରିଦେବା ତାଙ୍କ ପାଇଁ ସୁଯୋଗଟିକୁ ତାଲା ପକାଇଦେବା ଏବଂ ଏହାଦ୍ଵାରା କେବଳ ନିଜ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଛଡ଼ା ଦେଶପାଇଁ ଏହି ଯୋଳନା କୌଣସି ପ୍ରକାର ସୁଫଳ ଆଣିପାରିବ ନାହିଁ । ମୋଦି ସରକାର କହୁଛନ୍ତି ମାତ୍ର ୬ଲକ୍ଷ କୋଟି ଟଙ୍କା ଏହି ରାଷ୍ଟ୍ରୀୟ ସଂପତି ବିକ୍ରୀ ବା ଲିଜ ଦେବା ଯୋଜନାରୁ ଆସନ୍ତା ୪ବର୍ଷ ଭିତରେ ଆୟ ହେବ କିନ୍ତୁ ଖୋଦ ନରେନ୍ଦ୍ର ମୋଦି ୨୦୧୯ ମସିହା ଅଗଷ୍ଟ ମାସ ୧୫ ତାରିଖରେ ୧୦୦ ଲକ୍ଷ କୋଟି ଟଙ୍କାର କନ୍ଫ୍ରାଷ୍ଟଚର ପାଇପଲାଇନ କଥା ଘୋଷଣା କଲେ । ୨୦୨୦ ମସିହା ଅଗଷ୍ଟ ମାସ ୧୫ ତାରିଖ ୧୧୧ ଲକ୍ଷ କୋଟି ଟଙ୍କା ଏବଂ ୨୦୨୧ ମସିହା ଅଗଷ୍ଟ ୧୫ ରେ ୧୦୦ ଲକ୍ଷ କୋଟି ଟଙ୍କାର ସମାନ କଥା ଘୋଷଣା କରାଗଲା । ତିନିବର୍ଷ କାନ ଯୋଜନାରେ କେବଳ ଘୋଷଣା କରାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟକାରି କରାଯାଇନାହିଁ । ସେ ଏକ ଉଦାହରଣ ଦେଢ କହିଲେ ବିପିସିଏଲ ଏଭଳି ଏକ ରାଷ୍ଟ୍ରାୟତ ଉଦ୍ୟୋଗ ଯାହା ଭାରତବର୍ଷର ୧୧% ପେଟ୍ରୋଲ, ଡିଜେଲର ବିକ୍ରୀର ଅଂଶଧନ ରହିଛି ଏହି କମ୍ପାନୀ ପାଖରେ ୧୫ ହଜାରରୁ ୧୬ ହଜାର ପେଟ୍ରୋଲ ପମ୍ପ ରହିଛି । ୭ ହଜାରରୁ ୮ ହଜାର ଗ୍ୟାସ ଏଜେନ୍ସି ଅଛି । ଗତ ଆର୍ଥିକ ବର୍ଷରେ ୨୬ ହଜାର କୋଟି ଟଙ୍କାର ଡିଭିଲ୍ଲେଟ ଟ୍ୟାକୁ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛି । ଠିକ୍ ସେହିଭଳି ଭାବରେ ମାତ୍ର ୧ଲକ୍ଷ ୬୦ ହଜାର କୋଟି ଟଙ୍କା ୪ ବର୍ଷରେ ସଂଗ୍ରହ କରିବାକୁ ଯାଇ ୨୬ ହଜାର
୫୦୦ କିଲୋମିଟର କାତୀୟ ରାଜପଥକୁ ବିକ୍ରି କରିବାପାଇଁ ନିଷ୍ପତି ନିଆସରିଛି, ୪୦୦ ଗ୍ରେଗ ଷ୍ଟେସନ, ୧୫୯ ରେଲୱେ ଷ୍ଟାଡିୟମ, ୧୪୦୦ କିଲୋମିଟର ରେଳପଥ, ୭୪୧ କିଲୋମିଟର କୋଙ୍କଣ ରେଲୱେ ୯୦ ପାସେଞ୍ଜର ଟ୍ରେନ୍, ୨୬୫ ରେଲ ଗୁଜସେତକୁ ବିକ୍ରୀ କରାଯିବାର ଯୋଜନା କରାଯାଇଛି, ରେଲୱେରେ ପାଖାପାଖି ୨୦ ଲକ୍ଷ ଲୋକ ଖଳିରୀ କରୁଛନ୍ତି । ସବୁଠାରୁ ବଡ଼ କଥା ହେଲା କର୍ପୁଚାଲା କୋଚ ଫେବ୍ରୁରେ ୨କୋଟି ଟଙ୍କା ଏକ ଇଲେକ୍ଟ୍ରି ସଂଜିନ ତିଆରି ହେଉଥିବା ବେଳେ । ମୋହି ସରକାର କାହିଁକି ଏସଲ କରିବାପାଇଁ କହିଛନ୍ତି ଏବଂ ଏହି ଇଂଜିନ ବାହାରୁ କିଣୁଛନ୍ତି । ୩୫ ହଜାର ୧୦୦ କୋଟି ଟଙ୍କା ଅର୍ଥ ପାଇବା ପାଇଁ କାହିଁକି ୨.୮୬ ଲକ୍ଷ କି.ମି ଅପଟିକ ଫାଇଭର ନେଟୱାର୍କ, ୧୪୯୧୭ ଟେଲିଫୋନ ଟାୱାର ବିକ୍ରି କରାଯାଉଛି । ଏବଂ ଏ ସବୁ ସଂପତି ଏଭଳି ଭାବରେ ଚୟନ କରାଯାଇଛି ଯାହା ତାଙ୍କର ଦୁଇ ନିକଟତମ ବନ୍ଧୁ ଅଦାନୀ ଓ ଆମ୍ବାନୀ ପରିବାର ଭିତରେ ବଂଟା ହୋଇପାରିବ । ଭାରତବର୍ଷର ୨୫ ଟି ବିମାନ ବନ୍ଦନ୍ତ ଜବ ସଂଲଗ୍ନ ଏକର ଏକର ଜମି ଏବଂ ୯ଟି ସାମୁଦିକୁ ଓ ନଦୀଭିତିକ ବନ୍ଦର ତନ୍ମମଧ୍ୟରୁ ଓଡ଼ିଶାର ପାରଦ୍ଵୀପ ବନ୍ଦର ଯେଉଁ ବନ୍ଦରକୁ ସେତେବେଳର ରାଜ୍ୟ ସରକାର ପାଖାପାଖୁ ୬ଶହ ଏକର ଜମି ଏହି ବନ୍ଦର ପାଇଁ ବିନା ମୂଲ୍ୟ ଦେଇଥିଲେ । ପାରାଦୀପ ବନ୍ଦର ଅତ୍ୟନ୍ତ ଲାଭଦାୟକ ବନ୍ଦର ତଥା ପୂର୍ବ ଭାରତରେ ଏକ ପ୍ରମୁଖ ବନ୍ଦର । ଏ ବନ୍ଦର ଦ୍ବାରା ଓଡ଼ିଶାର ଅର୍ଥନୀତି ବହୁ ପରିମାଣରେ ଲାଭବାନ ହୋଇଛି । ଖାଲି ସେତିକି ନୁହେଁ ବନ୍ଦର ଚୁର୍ତୁପାର୍ଶ୍ଵରେ ଏବଂ ବନ୍ଦର ସଂଲଗ୍ନ ଶିଳ୍ପ ଦ୍ଵାରା ଓଡ଼ିଶାରେ ବନ୍ଧୁଲୋକଙ୍କୁ ରୋଜଗାର ମିଳିଛି । ଏହି ବନ୍ଦରକୁ ଲିଜ ଦେବାର ଯେତେବେଳେ ଚିଠା ପ୍ରସ୍ତୁତ କରାଗଲା ମୋଦି ସରକାର କ’ଣ ଓଡ଼ିଶା ସରକାରଙ୍କ ସହିତ କଥା ହୋଇଛନ୍ତିକି ଯଦି ହଁ ବାହା କେଉଁ ତାରିଖରେ ଓ ବାନା ପ୍ରକାଶ କରାଯାଉ । ଏସବୁ ସଂପତି ବା ରାଷ୍ଟ୍ରୀୟ ଉଦ୍ୟୋଗ ପାଲ୍ୟାମେଟର ବିନା ସ୍ଵୀକୃତିରେ ଜନସାଧାରଣଙ୍କ ବିନା ନିଷ୍ପତିରେ ନରେନ୍ଦ୍ର ମୋଦିଙ୍କୁ ବିକ୍ରି କରିବାକୁ କିଏ ଅନୁମତି ଦେଲା । ଜନତା ଆପଣଙ୍କୁ ନିର୍ବାଚିତ କରିଥିଲେ ଦେଶ ଚଳାଇବା ଓ ଦେଶକୁ ଆଗକୁ ନେବା । କିନ୍ତୁ ଦେଶ ସଂପତିକୁ ନିଜ ବନ୍ଧୁଙ୍କୁ ବିକିଦେବା ପାଇଁ ନୁହେଁ । ଏଇଆଇସି ଭାରତ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ବିଭିଦେଶ ଦେଉଛି । ପାଖାପାଖୁ ୨ଲକ୍ଷରୁ ଅଧିକ ଲୋକ ଏଲଆଇସିରେ ସିଧା ନିୟୂରି ପାଇଛନ୍ତି । ପରୋକ୍ଷରେ ୩-୪ ଲକ୍ଷ ଲୋକ ଏଇଆଇସିସି ଦ୍ଵାର ନିଜର ଗୋଳଗାର କରୁଛନ୍ତି । ଏଇଆଇସିସି ୯୯.୭% କ୍ରମ ସେଟଲମେଟ କରେ କିନ୍ତୁ ଅନ୍ୟ ଇନସୁରାନ୍ସ କମ୍ପାନୀମାନେ ୬୨% ସେଟଲମେଟ କରୁଛନ୍ତି । କାହିଁକି ଓ କାହା ସାଥିରେ ମାତ୍ର ୭୪ ହଜାର କୋଟି ଟଙ୍କାର ଅର୍ଥ ପାଇବା ପାଇଁ ଏଲ୍ଆଇସିର ୨୫% ଅଂଶଧନ ବିକ୍ରୀ କରିବାକୁ ନିଷ୍ପତି ନିଆଯାଇଛି ଏହା କଣ ନିଜର ବନ୍ଧୁଙ୍କ ସାହାଯ୍ୟ କରିବା ପାଇଁ ଭାରତ ବର୍ଷର ବିମାନ ବନ୍ଦର ଓ ସାମଗ୍ରୀକ ଓ ନଦୀବନ୍ଧ ଆଦାନୀ ପରିବାର ହାତରେ । ରେଲୱେ ଆଦାନୀ ପରିବାର ହାତରେ । ଦେଶର ଅର୍ଜନାନ୍ସ ଫେକ୍ସି ଆଉ ହନୁରାନ୍ସ, ବିପିସିଏଲ, ଟେଲକମ ନେଟ୍ୱାର୍କ ଆତ୍ମାନୀ ହାତରେ ଟେକିଦେବାକୁ କଂଗ୍ରେସ ବରଦାସ୍ତ କରିବା ଦେଶର ସଂପତିକୁ ଲୁଟେରା ମାନଙ୍କ ହାତରେ ଆଉ ଛାଡ଼ିଦିଆଯିବ ନାହିଁ ଯେଉଁ ସଂପତି ବିକ୍ରୀ କରାଯାଉଛି ତାହାର ଆନୁମାନିକ ମୂଲ୍ୟ ୩୦ ହଜାର ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ । ଏଥିପାଇଁ କଂଗ୍ରେସ ଦଳ ପ୍ରତ୍ୟେକ ସ୍ତରରେ ଜନସଚେତନା ସୃଷ୍ଟି କରିବା ସହ ଏ ସରକାରଙ୍କୁ ଏଥିରୁ ନିବୃତ କରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖୁବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଖଳଭାରତୀୟ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ, ଓଡ଼ିଶା ପ୍ରଭାରୀ ଡ. ଏ ଚେଲାକୁମାର, ସଂପାଦକ କି ରୁଦ୍ର ରାଜୁ, ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ, ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଏବଂ ପ୍ରଦେଶ କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ଶ୍ରୀ ଗଣେଶ୍ବର ବେହେରା, ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି, ଓ ଶ୍ରୀ ପଦ୍ମାଙ୍କର ଗୁରୁ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post