ଗର୍ଜ୍ଜିଲା ବିଜେଡି : ଓଡ଼ିଶାର ଚାଷୀଙ୍କ ପ୍ରତି ଅବହେଳା ଓ ସାର ଯୋଗାଣରେ ବିଳମ୍ବକୁ ନେଇ ପ୍ରତିବାଦ

0 2

ରାଜଭବନ ସମ୍ମୁଖରେ ବିକ୍ଷୋଭ , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର /ଚକ୍ରଧର ମାଝୀ : କେନ୍ଦ୍ର ସରକାରଙ୍କ ଓଡ଼ିଶାର ଚାଷୀ ମାନଙ୍କ ପ୍ରତି ଅବହେଳା ପ୍ରତିବାଦ ଏବଂ ଆମ ରାଜ୍ୟକୁ ଚଳିତ ଖରିଫ ଫସଲ ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଚାଷୀମାନଙ୍କୁ ଆବଶ୍ୟକ ମୁତାବକ ରାସାୟନିକ ସାର ଯଥା ୟୁରିଆ, ଡି. ଏ.ପି ଓ ଏମ. ଓ. ପି ସାର ଯୋଗାଣ କରାଯାଇନଥିବା ବିରୋଧରେ ଆଜି ବିଜୁ କୃଷକ ଜନତା ଦଳ ତରଫରୁ ବିଧାୟକ ଭୁବନେଶ୍ଵର (ଉତ୍ତର) ତଥା ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ରାଜଭବନ ସମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏ ବିଷୟରେ  ସାର ଓ ରାସାୟନିକ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି  ଅବଗତ କରାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ଚାଷୀର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଆଜିର ଏ ପ୍ରତିବାଦ ସଭାରେ  ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ବିଧାୟକ ଶ୍ରୀଯୁକ୍ତ ଅରବିନ୍ଦ ଢ଼ାଲି,  ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ସାହୁ , ବିଜେଡିର ବରିଷ୍ଠ ନେତା ଶ୍ରୀଯୁକ୍ତ ରବି ସାମଲ, ଶ୍ରୀଯୁକ୍ତ ବିଜୟ ନାୟକ, ଶ୍ରୀଯୁକ୍ତ କୃତିବାସ ପାତ୍ର, ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ଶ୍ରୀଯୁକ୍ତ ଅମରେଶ ଜେନା, କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଶ୍ରୀଯୁକ୍ତ ବିରଂଚି ନାରାୟଣ ମହସୂପକାର, ଶ୍ରୀଯୁକ୍ତ ରଂଜିତ ମହାପାତ୍ର, ଶ୍ରୀଯୁକ୍ତ ସମରେନ୍ଦ୍ର ସାହୁ, ଶ୍ରୀଯୁକ୍ତ ଦୁର୍ଗା ସାମନ୍ତରାୟ, ଶ୍ରୀଯୁକ୍ତ ଅମରଜିତ ସେନାପତି, ଶ୍ରୀଯୁକ୍ତ ରାଜେନ୍ଦ୍ର ସମର୍ଥ , ଶ୍ରୀଯୁକ୍ତ କୁନ ବିହାରୀ ଦାସ, ଶ୍ରୀଯୁକ୍ତ ପ୍ରକାଶ ବସ୍ତିଆ, ଶ୍ରୀଯୁକ୍ତ ସୁବାସ ସୁନ୍ଦରାୟ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମଲ୍ଲୀଆ, ଶ୍ରୀଯୁକ୍ତ ଜିତେନ୍ଦ୍ର ନନ୍ଦ, ଶ୍ରୀଯୁକ୍ତ ଛବିନ୍ଦ୍ର ଦାସ , ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ମୀରା ପରିଡା, ଶ୍ରୀମତୀ ଏଲିନା ଦାସ, ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର , ଶ୍ରୀମତୀ ଇପ୍ସିତା ସାହୁ , ଛାତ୍ର ସଭାପତି ସୁବାସ ସାହୁ, ଭୁବନେଶ୍ଵର ନିକଟବର୍ତ୍ତୀ ସମସ୍ତ ଫଚାୟତର ଚାଷୀମାନେ, ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲାର ଉପଦେଷ୍ଟା, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ପୂର୍ବତନ କର୍ପୋରେଟର, ସରପଂଚ, ସମିତି ସଭ୍ୟ ଏବଂ ବହୁ ବୁଦ୍ଧିଜୀବୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏଭଳି ଦୋମୁହାଁ ନୀତିକୁ ଦୃଢ ନିନ୍ଦା କରିଥିଲେ । ପରିଶେଷରେ ବିଜୁ ଜନତା ଦଳର ଏକ ପ୍ରତିନିଧୂ ମଣ୍ଡଳୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ |

Leave A Reply

Your email address will not be published.