
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକର ବାନ୍ଦୁପାଲି ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ହେମରାଜ ଧରୁଆ ଉତ୍କଳ ଦିବସ କୁଇଜରେ ୯୫%ମାର୍କ ରଖି ପ୍ରଶଂସା ପତ୍ର ପାଇବାର ସୌଭାଗ୍ୟ ଲାଭ କରିଛନ୍ତି।ସୂବର୍ଣ୍ଣପୁର ଜିଲ୍ଲା ରଥପୁର ଆଦର୍ଶ ବିଦ୍ୟାଳୟ କେନ୍ଦ୍ରରେ କୁଇଜ ପ୍ରତିଯୋଗିତା ହୋଇଥିଲା । କନସିଂହା ପଞ୍ଚାୟତ ବଇଦପାଲି ଗ୍ରାମର ଅଶ୍ବିନୀ ଧରୁଆ ଓ ସାବିତ୍ରୀ ଧରୁଆଙ୍କ ଏକମାତ୍ର ପୁତ୍ର ଅଟନ୍ତି ହେମରାଜ । ବାନ୍ଦୁପାଲି ଓଏଭି କୁ ଅନ୍ୟ ଜିଲ୍ଲାରେ ପରିଚିତ କରି ଗୌରାବାନ୍ବିତ କରିଥିବାରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୁଦ୍ରନାରାୟଣ ଭୋଇ ଓ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଛନ୍ତି।