ବଣର ମଲ୍ଲୀ ଏବେ ରାଜ୍ୟ ଓ ରାଜ୍ୟ ବାହାରେ ବାସୁଛି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୁଚିି ରହିଛି ବିଭିନ୍ନ କଳା । ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଖାଲି ଚାଷ ବାସ ନୁହେଁ ବିିିଭିନ୍ନ କ୍ଷେତ୍ରରେ ନିଜର ପାରାଦର୍ଶିତା ଦେଖାଇ ଆସିଛନ୍ତି।
ମୋହନା ବ୍ଳକ ଅନ୍ତର୍ଗତ ରବି ଶଙ୍କର ମାଝୀ ପରିବାର କହିଲେ ଦୁଇ ଭାଇ ତିନି ଭଉଣୀ ବିଧବା ମା , ବିଧବା ବୁଢ଼ୀ ମା, ପିଲା ବେଳେ ରବି ଯେ କୌଣସି ଗୀତ ବାଜିଲେ ନୃତ୍ୟ ପାଇଁ ଜାଗି ଉଠନ୍ତି।
ଅଡ଼ବା ଶିଶୁ ବିଦ୍ୟା ମନ୍ଦିରରେ ପଢିବା ସମୟରେ ସେ ନୃତ୍ୟ କରି ଆସୁଥିଲେ ହେଲେ ବାପା ଙ୍କ ଇଚ୍ଛା ଥିଲା ପୁଅ ସରକାରୀ ଚାକରି କରୁ ହେଲେ ବ୍ରହ୍ମପୁରରେ ପଢିବା ସମୟରେ ସାଙ୍ଗ ସାଥୀ ଙ୍କ ସାହାଯ୍ୟରେ ୨୦୧୦ରେ ସେ ବ୍ରହ୍ମପୁର ରେ ଥିବା ଅଙ୍ଘଆହାର ନୃତ୍ୟ କଳାରେ ଯୋଗ ଦେଇ ଜୟନ୍ତ ଆଚାର୍ଯ୍ୟଙ୍କ ଠାରୁ ଓଡିଶୀ ନୃତ୍ୟ ପରିବେଷଣ କରିବା ପାଇଁ ଶିକ୍ଷା ଗ୍ରହଣ କରିଥିଲେ ୨୦୧୨ ମସିହାରେ ତାଙ୍କୁ ବେଗୁନିଆପଡ଼ା ଶିକ୍ଷକ ଭାବେ ନିଯୁକ୍ତ ପାଇଁ ପାଇଥିଲେ କିନ୍ତୁ ସେ ନାରାଜ ଥିଲେ ଚାକରି କରିବା ପାଇଁ। ବାପା ଙ୍କ ଗାଳି ଶୁଣି ତିନି ଦିନ ଧରି ନୋ ଖାଇ ଘରେ କାନ୍ଦି ରହିଥିଲେ କିଛି ଦିନ ପରେ ପରିବାର ଲୋକେ ବହୁ ବୁଝା ସୁଝା କରିବା ପରେ ଚାକିରୀରେ ଯୋଗ ଦେଇଥିଲେ ପୁଣି ନୃତ୍ୟ ମଧ୍ୟ ଶିଖୁଥିଲେ । ୨୦୧୨ରେ ଭୁବନେଶ୍ୱର ଠାରେ ଗୁରୁ ଦୁର୍ଗା ଚରଣ ରଣବିରି ଙ୍କ ଠାରୁ ଶିକ୍ଷା ଗ୍ରହଣ କରି ରାଜ୍ୟ ଓ ରାଜ୍ୟ ବାହାରେ ଓଡିଶୀ ନୃତ୍ୟ କରିବହୁ ସମ୍ମାନୀତ ହୋଇଛନ୍ତି।
ବର୍ତ୍ତମାନ ସେ ଡିଡି ଓଡ଼ିଆରେ ନୃତ୍ୟ ପରିବେଷଣ କରୁଛନ୍ତି ଯାହାକୁ ନେଇ ଏବେ ମୋହନା ବ୍ଲକ ଓ ଦମାଦୁଆ ବାସୀ ବହୁତ ଖୁସି ଏବଂ ଗର୍ବିତ ରବିଶଙ୍କର କହିଛନ୍ତି ଯଦି ରାଜ୍ୟ ସରକାର ଆମ ଅଞ୍ଚଳରେ ବା ମୋହନା ବ୍ଲକରେ ଏକ ନୃତ୍ୟ କଳା ପାଇଁ ଆବେଦନ କରି ସାହାଯ୍ୟ କରିବେ ତେବେ ଅଦବାସୀ ଅଞ୍ଚଳରେ ଲୁଚି ରହିଥିବା ବିଭିନ କଳା ରାଜ୍ୟ ଓ ରାଜ୍ୟ ବାହାରକୁ ଆସିପାରିବ ବୋଲି କହିଛନ୍ତି।
ଅନ୍ୟପଟେ ସେ ଛୁଟି ଦିନରେ ନିଜ ଗ୍ରାମକୁ ଆସି ଚାଷ ବାସ କରିବା ସହ ପକ୍ଷୀ ମାନଙ୍କୁ ମଧ୍ୟ ପାଳନ କରି ପରିବାର ଚଳାଇଛନ୍ତି।

Leave A Reply

Your email address will not be published.