ଆଇନ ଶୄଙ୍ଖଲା ବିପର୍ଯ୍ୟସ୍ତ ହେବା ସହ ନିଶା କାରବାର ବୄଦ୍ଧି:ତିନିଗୋଟି ଅନୁଷ୍ଠାନ ପକ୍ଷରୁ ଦାବୀପତ୍ର ପ୍ରଦାନ

0

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୄଙ୍ଖଲା ବିପର୍ଯ୍ୟସ୍ତ ହେବା ସହ ନିଶା କାରବାର ବୄଦ୍ଧି ପାଇବାରେ ଲାଗିଛି । ସହରର ବିଭିନ୍ନ ସ୍ଥାନ ଓ ଗ୍ରାମାଞ୍ଚଳରେ କୋରେକ୍ସ, ନିଶା ଇଂଜେକ୍ସନ, ନିଶା ଟାବଲେଟ ତଥା ମଦ ଉପଲବ୍ଧ ହେଉଛି । ଯୁବପିଢ଼ି ନିଶା ବେପାରୀଙ୍କ କବଜାରେ ପଡି ନିଶାଗ୍ରସ୍ତ ହୋଇ ବିଶୄଙ୍ଖଳା କାମ କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି । ଗାଇସିଲାଟ ପୋଲିସ ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ସହଯୋଗ କରୁଥିବା ଅଭିଯୋଗ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ଗାଇସିଲାଟ ୟୁଥ କ୍ଳବ,ନାଗରିକ କମିଟି ଓ ବ୍ୟବସାୟୀ ସଙ୍ଘ ପକ୍ଷରୁ ବରଗଡ ଏସପିଙ୍କ ଉଦେଶ୍ୟରେ ଗାଇସିଲାଟ ଥାନା ଅଧିକାରୀଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ନିଶା କାରବାର ବନ୍ଦ କରିବା ସହ ନିଶା ବେପାରୀଙ୍କୁ ଗିରଫ କରାନଗଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ତିନିଗୋଟି ଅନୁଷ୍ଠାନ ପକ୍ଷରୁ ଦାବି ଜଣାଇଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ରଞ୍ଜନ ପଣ୍ଡା, ପ୍ରଣୟ ସାହୁ, ମଦନ ଦୀପ,ପ୍ରବୀଣ ପାଣିଗ୍ରାହୀ, ଭରତ ଦାଶ,ଅମ୍ବିକା ତ୍ରିବେଦୀ,ଅଜୟ ଦାଶ,ଲୋକେଶ ପୁରୋହିତ, ଅବିନାଶ ପାଣିଗ୍ରାହୀ, ନିରୋଜ ପାଢୀ, ମନୋହର ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ,ଆଦିକନ୍ଦ ପାଣିଗ୍ରାହୀ, ସୁବ୍ରତ ଯୋଷୀ,ବ୍ରଜ ସାହୁ ତଥା ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.