ଯାଜପୁର ରୋଡରେ ଜାତୀୟ କ୍ରୀଡା ଦିବସ ପାଳନ

0

ବଡଚଣା/ପ୍ରଫୁଲ୍ଲ କୁମାର ସାହୁ : ମେଜର ଧ୍ୟନଚାନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଯାଜପୁର ଜିଲ୍ଲା କ୍ରୀଡା ଭାରତୀ ଆନୁକୁଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଥିଲା ଏଥିରେ , ଏହି ପରିପ୍ରେକ୍ଷୀରେ ବ୍ୟାସନଗର ଷ୍ଟାଡିୟମ୍ ପରିସର ରୁ ଏକ ସୁଦୃଶ୍ୟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଗୋପବନ୍ଧୁ ଛକରେ ପହଞ୍ଚିବା ପରେ ଏକ ଆଲୋଚନା ଚକ୍ର କ୍ରୀଡା ଭାରତୀ ପକ୍ଷରୁ ସମ୍ପାଦକ ଅକ୍ଷୟ କୁମାର ଦେଓ ଙ୍କ ସଭାପିତ୍ବରେ ଅନୁଷ୍ଟିତ ହୋଇଥିଲା ଏଥିରେ ଆଲୋମ୍ପିକ ର ,ପଦକପ୍ରାପ୍ତ ବିଭିନ୍ନ କ୍ରୀଡା ବିତି ମାନଙ୍କର, ଫଟୋଗ୍ରାଫ ଶୋଭା ପାଉଥିବା ବେଳେ, ମଝିରେ ମେଜର ଧୟାନଚାନ୍ଦଙ୍କ ଫଟୋଗ୍ରାଫ ଦେଖିବାକୁ ମିଳିଥିଲା , ଆଲୋଚନ ରେ ପୂର୍ବତନ ନଗର ପାଳ ତଥା କ୍ରୀଡା ଭାରତୀ ର କାର୍ଯ୍ୟକାରୀ ସଭାପତି କ୍ରୀଡାବିତ୍ ଶ୍ରୀଯୁକ୍ତ ରସାନନ୍ଦ ମହାନ୍ତି, ଶ୍ରୀ ଦୁର୍ଯୋଧନ ରାଉତ ଶ୍ରୀ ଜ୍ଞାନରଞ୍ଜନ ରାଉତ ଓ କ୍ରୀଡା ଭାରତୀ ର ଜିଲ୍ଲା ସଭାପତି ଇଞ୍ଜିନିୟର ବିଶ୍ୱଜିତ ମହାନ୍ତି, ସହସମ୍ପାଦିକା ଶ୍ରୀମତୀବଜ୍ରେଶ୍ୱରି ସିଂ ,ଉପେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ,ଖେଳ ଖେଳାଳି ଓ ଖେଳ ପଡିଆ ବିଷୟ ରେ ଆଲୋକପାତ୍ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ବ୍ୟାସନଗର ବରିଷ୍ଟ ନାଗରିକ ମଂଚ ର ,ସଂପାଦକ ଶ୍ରୀଯୁକ୍ତ ଚନ୍ଦ୍ରମଣି ସାମଲ ,ଯୋଗ ଦେବା ସହ ସୁଶ୍ରୀ ସୀମା ମିଶ୍ର ଗୀତା ପାଠ କରିବା ସହ, ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ, ଉକ୍ତ ଆଲୋଚନ ରେ ବ୍ୟାସନଗର ରେ ଥିବା ସମସ୍ତ ବିଦ୍ୟାଳୟ ରେ ଖେଳ ଶିକ୍ଷକ ରଖିବା ସହ, ପ୍ରତୁହ ଶେଷ ପିରିୟଡ଼ ଖେଳ ପାଇଁ ରଖାଯିବ ସହ, ଷ୍ଟାଡିୟମ୍ ର ଉନ୍ନତି ମୂଳକ କାମ ଆରମ୍ଭ କରିବା ସହ ,,ଇଣ୍ଡୋର୍ ଷ୍ଟାଡିୟମ୍ ପାଇଁ ଆସିଥିବା ,ନଅ ଲକ୍ଷ ଟଙ୍କା ର କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବା ସହ, ନୃସିଂହ ଚରଣ ବିଦ୍ୟାଳୟ ର ଖେଳ ପଡିଆ ସଂରକ୍ଷିତ ରଖିବା ସହ ଜବର ଦଖଲ ଉଚ୍ଛେଦ କରି ପାଚେରୀ ନିର୍ମାଣ କରି ବାଦ୍ୟାଳୟ କୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ, ଶେଷରେ କ୍ରୀଡ଼ା ଭାରତୀ ରସହ ସଂପାଦିକା ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ

Leave A Reply

Your email address will not be published.