ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡି ଦ୍ଵାରା ଏକ VIRTUAL ଶୋକ ସଭା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି , ବିଚିତ୍ରାନନ୍ଦ ବେବର୍ତ୍ତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାରିଛି।
ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀଙ୍କ ଦ୍ଵାରା ପରିଚାଳିତ ଏହି ଅଶ୍ରୁଳ ଭକ୍ତିସୁମନ୍ ଶ୍ରଦ୍ଧାଞ୍ଜଳି ସଭାରେ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକ,ଭାଗବତ ପାଢ଼ୀ , ତନୁଜା ଶତପଥୀ , ଜଗଦୀଶ ,ବିନୋଦ ଜେନା , କୁନା ହଳଧର, ମମତା ପାଢ଼ୀ ,ପ୍ରଫୁଲ୍ଲ ବେବର୍ତ୍ତା , ବାବାଜୀ ବେହେରା , ମାନସୀ ପଣ୍ଡା , ମୋହିନୀ ପ୍ରଧାନ ପ୍ରଭୃତି ଯୋଗଦେଇ ସ୍ବର୍ଗତ ପଟ୍ଟନାୟକଙ୍କ କଳା କ୍ଷେତ୍ରରେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ କହିଥିଲେ। ଜଣେ ବରିଷ୍ଠ ସଙ୍ଗୀତ ଗୁରୁ , କଣ୍ଠ ଶିଳ୍ପୀ, ହାର୍ମୋନିଅମ୍ ବାଦକ, ଅଭିନେତା ଭାବେ ବେଶ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ। ହସ ଖୁସିର ବିରଳ ମଣିଷ ଥିଲେ ସେ। ତାଙ୍କର ଦେହାନ୍ତରେ ଆମ ଜିଲ୍ଲାର ଜଣେ ଗୁରୁ ସମ୍ମାନନୀୟ କଳାକାରଙ୍କୁ ହରାଇଲା ଏବଂ କଳା ଜଗତରେ ଅପୂରଣୀୟ କ୍ଷତି ହେଲା। ପେଶାରେ ସେ ଥିଲେ ଜଣେ ଚାହା ବିକାଳି ନିସାଥିଲା ତାଙ୍କର ଗୀତ ଗାଇବା ଗୀତ ଶିକ୍ଷା ଦେବା ।
Sign in
Sign in
Recover your password.
A password will be e-mailed to you.
Next Post