ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

0

ରାୟଗଡରୁ ସରୋଜ କୁମାର ସାହୁ: ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ତରଫରୁ ଅନଲାଇନ୍ ମାଧ୍ୟମରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକଙ୍କ ଦିଗ-ଦର୍ଶନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଶ୍ରୀ ଆଶିଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ତିରଞ୍ଜନ ପାତ୍ର, ଆଡକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ଫାଷ୍ଟ ଟ୍ରାକ), ଶ୍ରୀ ଗଣେଶ୍ୱର ପତି, ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ , ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟ୍ରି ଶ୍ରୀମତୀ ପ୍ରତିମା ପାତ୍ର, ବରିଷ୍ଠ ଦେୱାନି ବିଚାରପତି, ଶ୍ରୀମତୀ ଶତରୁପା ଶତପଥୀ, ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା, ଅନୁବିଭାଗୀୟ ଦଣ୍ଡାଧିକାରୀ, ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଗୁରୁଚରଣ ଜେନାମଣି, ଗ୍ରାମ୍ୟ ନ୍ୟାୟଧିକାରୀ ଶ୍ରୀମତୀ ସୁଭାସିନି ବେହେରା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଡି.ଏସ୍‌.ଏସ୍‌.ଓ ଶ୍ରୀ ଭିକ୍ଟୋରିଆ କୁଲୁ, ପ୍ରୋଟେକସନ୍ ଅଫିସର ଶ୍ରୀ କାମାକ୍ଷା ପାଢୀ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସାବତ, ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ଜିଲ୍ଲା ଚାଇଲ୍‌ଡ ପ୍ରୋଟେକ୍ସନ ଅଫିସର ଶ୍ରୀ ରମେଶ ଚନ୍ଦ୍ର ନାୟକ, ପାରା ଲିଗାଲ ଭଲ୍ୟୁଟର, ପେନାଲ୍ ଓକିଲ, ଆଇନ୍ ସଚେତନତା କ୍ଲବର ଛାତ୍ରଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ଅଂଶଗ୍ରହଣକାରୀ ମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଗୁଡିକ ବିଷୟରେ ଅବଗତ କରାଇବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନେ କିପରି ଓ କେଉଁ ଠାରୁ ଏ ସମସ୍ତ ଯୋଜନା ବିଷୟରେ ଅଧିକ ଜାଣିପାରିବେ ଏବଂ ଉପକୃତ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ।

Leave A Reply

Your email address will not be published.