ବିଜେପି ନେତାଙ୍କ ଗଞ୍ଜାମ ବିରୋଧି ମନ୍ତବ୍ୟକୁ ଲୋକେ ଭୁଲିନାହାନ୍ତି: ବିଜେଡି

0

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଗତବର୍ଷ ଯେତେବେଳେ ସର୍ବୋଚ୍ଚ ସ୍ତରରେ ଥିଲା ସେତେବେଳେ ଗଞ୍ଜାମ ଜିଲ୍ଲାକୁ କାହିଁକି ଅଧିକ ଡାକ୍ତର ପଠାଯାଉଛି ବୋଲି ବିଜେପି ନେତା ଭୃଗୁ ବକ୍ସିପାତ୍ର ଦେଇଥିବା ଗଞ୍ଜାମ ଲୋକଙ୍କ ସ୍ୱାର୍ଥ ବିରୋଧି ମନ୍ତବ୍ୟକୁ ଜିଲ୍ଲାବାସୀ ଭୁଲି ନଥିବା କହିଛନ୍ତି ବିଜେଡି ପ୍ରବକ୍ତା ଓମ ପ୍ରକାଶ ସାହୁ ।
ଶ୍ରୀ ସାହୁ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ବିଦ୍ୟାଳୟ ଗୁଡିକର ବୃହତ ପରିବର୍ତ୍ତନରେ ବିଜେପି ଅସହିଷ୍ଣୁ ହୋଇପଡିଥିବା ବେଳେ ଶ୍ରୀ ବକ୍ସିପାତ୍ର ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି | ଶ୍ରୀ ବକ୍ସିପାତ୍ର ଆଜି ଦେଇଥିବା ଭିତ୍ତିହୀନ ବିବୃତ୍ତି ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ ।

 

 

 

 

Leave A Reply

Your email address will not be published.