ପ୍ରେମ ପରେ ପ୍ରତାରଣା: ପ୍ରେମିକଙ୍କୁ ବିଷଦେଇ ମାରିଦେଲା ପ୍ରେମିକ

0

ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଜଣେ ଯୁବତୀ କୁ ପ୍ରେମ ପରେ ପ୍ରତାରଣା କରି ବିଷ ଦେଇ ମାରିଦେବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଦେଓଗାଁ ବ୍ଲକ ଅନ୍ତର୍ଗତ ଅଫାମରା ଗାଁର ରଜତ ପଧାନ ଉକ୍ତ ଗ୍ରାମର ସୌଦାମିନୀ ନାଏକଙ୍କୁ ପ୍ରେମ ପରେ ପ୍ରତାରଣା ଦେଇ ବିଷ ପିଆଇ ମାରିଦେଇଥିବା ପ୍ରେମିକାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ରଜତ ସୌଦାମିନୀ କୁ ବିବାହ କରିବ କହି ଶାରିରୀକ ସମ୍ପର୍କ ରଖିଥିଲେ। ଗତ ତା ୨୫.୦୮.୨୦୨୧ ଦିନ ସୌଦାମିନୀ ବିବାହ କରିବା ପାଇଁ କହିବାରୁ ରଜତ ନିଜ ଘରକୁ ଡ଼ାକିନେଇ ମାଡ ମାରିବା ସହ ବିଷ ପିଆଇ ସୌଦାମିନୀ ର ଘର ବାରିପଟେ ଛାଡି ଚାଲିଯାଇଥିଲା। ପରିବାରର ଲୋକେ ମୁମୁର୍ଷୁ ଅବସ୍ତାରେ ଝିଅ କୁ ଉଦ୍ଧାର କରି ବା ବେଳେ ଝିଅ ରଜତ ମତେ ପିଟିବା ସହ ବିଷ ପିଆଇ ଦେଇଛି ବୋଲି କହିଥିଲେ। ସୌଦାମିନୀ କୁ ହସ୍ପିଟାଲ କୁ ନେଇଯାଇଥିଲେ। ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେଲାପରେ ଦେଓଗାଁ ପୋଲିସ ତଦନ୍ତ କରୁଥିବା ଜଣାପଡିଛି।

Leave A Reply

Your email address will not be published.