ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଆଜାଦୀକା ଅମୃତ ମହୋତ୍ସବ

0

ରାୟଗଡରୁ ସରୋଜ କୁମାର ସାହୁ: ଭାରତର ସ୍ୱାଧୀନତାର ୭୫ତମ ବର୍ଷ ପୁର୍ତି ପାଳନ ଅବସରରେ ଦେଶ ବ୍ୟାପୀ ଆଜାଦୀକି ଅମୃତ ମହୋତ୍ସବ ପାଳିତ ହେଉଛି । ଏହି ଅବସରରେ ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣଳୟର ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ତରଫରୁ ଏକ ସେମିନାର ଅନୁଷ୍ଠିତ ହୋଇଥିଲ।। ଜିଲ୍ଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଓଡିଶା ସରକାର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ଶ୍ରୀ ସୁଧିର ଦାସ, ସାସଂଦ ପ୍ରତିନିଧି ଶ୍ରୀ ଦୁର୍ଗା ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ଡି.ଆର୍‌.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଧର ନାୟକ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ଗୁଣୁପୁର ଶ୍ରୀ ସରୋଜ କୁମାର ପାଢୀ, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ସଂସ୍ଥା ରାୟଗଡ ଶ୍ରୀ ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ଜିଲ୍ଲାରେ ନିଆଯାଇଥିବା କାର୍ଯ୍ୟକ୍ରମ ବିଶେଷ କରି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରୁ ଗ୍ରାମାଅଂଳର ଭିତି ଭୂମିର ଉନ୍ନତି ଅସଂଯୋଜିତ ଗ୍ରାମ ଗୁଡିକ ନିତି ଦିନିଆ ରାସ୍ତା କରିବା କାର୍ଯ୍ୟକରି ବିଗତ ୨୦୦୦ ମସିହାରୁ ଚାଲି ଆସୁଅଛି । ଜିଲ୍ଲାର ଗ୍ରାମ,ବ୍ଲକ ଓ ଜିଲ୍ଲା ସ୍ତରରେ ରାସ୍ତା ଗୁଡିକ ନିର୍ମାଣ ଉନ୍ନତି ହେବl ଦ୍ୱାରା ଯୋଗାଯୋଗ ଉନ୍ନତି ଘଟିଛି , ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ମାନେ ନିଜର ଉତ୍ପାଦିତ ଦ୍ରବ୍ୟ ଠିକ ଭାବରେ ବଜାରକୁ ଯାଇ ବିପଣନ କରିପାରୁଛନ୍ତି । ସେହିଭଳି ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା ମନେ ମଧ୍ୟ ସୁବିଧା ଭାବରେ ସ୍ବାସ୍ଥ୍ୟ ସେବା ପାଇପାରୁଛନ୍ତି, ଅପହଞ୍ଚ ଇଲାକାର ଶିଶୁ ମାନେ ପାଠପଢି ପାରୁଛନ୍ତି । ତେଣୁ ଛୋଟ ଛୋଟ ଅଣସଂଯୋଜିତ ଗ୍ରାମ ଗୁଡିକ ସଂଯୋଗୀ କରଣ ହେଲେ ସ୍ୱାଧୀନତାର ସ୍ୱାଦ ସମସ୍ତେ ପାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ  ମନ୍ତ୍ରୀ ଶ୍ରୀ ସାରକା ଯୋଗଦାନ କରି ଗ୍ରାମ୍ୟ ସଡକ ଯୋଜନା ଦ୍ୱାରା ଗ୍ରାମାଅଂଳର ମୌଳିକ ସୁବିଧା ସମସ୍ତଙ୍କ ପାଖରେ ପହଚିଂପାରିଛି । ଛୋଟ ଛୋଟ ଅସଂଯୋଜିତ ଇଲାକା ଗୁଡିକ ଯୋଗାଯୋଗ ହୋଇପାରିଲେ ଜିଲ୍ଲାର ସାମଗ୍ରୀକ ବିକାଶ ହୋଇପାରିବ । ମୁଖ୍ୟ ମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶର ଧାରା ବଜାୟ ରହିଛି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସାରାଦେଶରେ ପ୍ରଶଂସିତ ହୋଇପାରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.