ବିଜେପି ନେତାଙ୍କ ବିବୃତ୍ତିରେ ଓଡିଆ ଲୋକେ ଅପମାନିତ: ବିଜେଡି

0

ଭୁବନେଶ୍ୱର: ବିଜେପି ନେତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ତାଙ୍କର ମାନସିକ ସନ୍ତୁଳନ ହରାଇଛନ୍ତି ଏବଂ ସେଥିପାଇଁ ଏଭଳି ମିଥ୍ୟା, ଭିତ୍ତିହୀନ, ଅଯଥା ଅଭିଯୋଗ ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ତାଙ୍କର ବୌଦ୍ଧିକ ଦେବାଳିଆ ପଣକୁ ପ୍ରକାଶ କରୁଛି ।ଏହା କରିବାବେଳେ ସେ ଓଡିଆ ଜାତି ଏବଂ ଓଡିଆ ଲୋକଙ୍କୁ ଅପମାନିତ କରୁଛନ୍ତି । ସେ ତୁରନ୍ତ ଦେଶ ତଥା ବିଦେଶର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ଓଡିଆ ଲୋକଙ୍କୁ କ୍ଷମା ମାଗିବା ଉଚିତ୍‍ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଓମ୍‍ ପ୍ରକାଶ ସାହୁ ।
ଶ୍ରୀ ସାହୁ କହିଛନ୍ତି ଯେ ଏପରି ବିଦ୍ୱେଷ ପ୍ରଣୋଦିତ ଏବଂ ମିଥ୍ୟା ବିବୃତ୍ତି ଦେଇ ସେ କେବଳ ନିଜ ଦଳର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣକରୁନାହାନ୍ତି, ଓଡିଶା ବିଜେପିକୁ ସେ ଓଡିଶାର ଲୋକଙ୍କ ସାମ୍ନାରେ ଉପହାସ କରୁଥିବା ଦଳରେ ପରିଣତ କରୁଛନ୍ତି । ସେ ଲଜ୍ଜାଜନକ ଭାବରେ ଆଇନର ଭୁଲ ବ୍ୟାଖ୍ୟା କରୁଛନ୍ତି ଏବଂ ନିଜର ରାଜନୈତିକ ଏଜେଣ୍ଡା ଅନୁଯାୟୀ ଏକ ଘଟଣାର ସତ୍ୟତାକୁ ବିକୃତ କରୁଛନ୍ତି ଯାହା ତାଙ୍କର ରାଜନୈତିକ କଥାବାର୍ତ୍ତାର ଅପରିପକ୍ୱତାକୁ ଦର୍ଶାଉଛି ଏବଂ ସେ ନିଜେ ସେଥିରେ ବୁଡିବା ନିଶ୍ଚିତ । ଶାସକ ଦଳକୁ ବିରୋଧୀ ସମାଲୋଚନା ଆବଶ୍ୟକ ଏବଂ ଏହା ଏକ ସୁସ୍ଥ ଗଣତନ୍ତ୍ରକୁ ଦର୍ଶାଇଥାଏ । କିନ୍ତୁ ଏ କ୍ଷେତ୍ରରେ ନିମ୍ନରୁଚି, ଅପମାନଜନକ, ଧମକପୂର୍ଣ୍ଣ ଏବଂ ଅଶାଳୀନ ଭାଷା ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ଆମେ ଜାଣୁ ଯେ ଓଡିଶା ବିଜେପିର ଅନେକ ଲୋକ ମଧ୍ୟ ଏଭଳି ଭାଷା ଏବଂ ଶ୍ରୀ ଆଚାର୍ଯ୍ୟଙ୍କ ନିମ୍ନ ସ୍ତରର ରାଜନୈତିକ କଥାବାର୍ତ୍ତାକୁ ପସନ୍ଦ କରନ୍ତି ନାହିଁ । ଆମେ ଆଶା କରୁଛୁ ଓଡିଶା ବିଜେପି ଏଭଳି ଦାୟିତ୍ୱହୀନ ବ୍ୟକ୍ତିଙ୍କୁ ରାଜନୈତିକ ବିବୃତ୍ତି ରଖିବାପାଇଁ ପଠାଇବାରୁ ବିରତ ରହିବେ ବୋଲି ଶ୍ରୀ ସାହୁ କହିଛନ୍ତି ।

 

Leave A Reply

Your email address will not be published.