କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ବୋଲେର ଓଲଟିବାରୁ ଘଟଣା ସ୍ଥଳରେ ୧୦ବର୍ଷର ବାଳିକା ରୁପା ଜିରାକା ଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ କର୍ଣ୍ଣପାଡୁ ଗାଁ ୭ ଜଣ ଲୋକ ବୋଲେର ନମ୍ୱର ଓ ଆର ୦୨ ବିଏମ ୭୪୦୩ କରି ନିଜ ସମ୍ପର୍କୀୟ ଘର ବୁର୍ଜୁଗୁଡା କୁ ଯାଉଥିଲେ । ଗାଡିଟି ଦ୍ରୁତଗତିରେ ରହିଥିବାରୁ ପୋଙ୍ଗଲି ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ି ବାରୁ ଘଟଣା ସ୍ଥଳରେ ୧୦ବର୍ଷର କନ୍ୟା ରୁପା ଜିରାକା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ପଦ୍ମାବତୀ ଜିରାକା , ପ୍ରମୁଖ ଆହତ ହୋଇଛନ୍ତି ।ଉକ୍ତ ଖବର ପାଇ ସ୍ଥାନୀୟ ପୁଲିସ ଏସ ଆଇ ବିମଲ କହଁର,ଏଏସଆଇ ଡି କେ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅପମୃତ ମାମଲା ରୁଜୁ କରି, ଶବ ଜବତ କରିବା ପରେ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ । ଘଟଣାର ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.