ଡାକଡେରା ନକଆଉଟ ଫୁଟବଲ ପ୍ରତିଯୋଗିତା ୨୦୨୧ ଉଦଯାପିତ

0 2

ସମ୍ବଲପୁର /ରମାକାନ୍ତ ବିଶ୍ବାଳ -ଜୁଯୋମୁରା ବ୍ଳକ ଜୟନ୍ତପୁର ପଞ୍ଚାୟତ ର ମାଁ ମେଟାକାନି ଫୁଟବଲ ଆସୋସିଏସନ (ଡାକଡେରା ) ପକ୍ଷରୁ ନକ ଆଉଟ ଫୁଟବଲ ପ୍ରତିଯୋଗିତା ୨୦୨୧ ଉଦଯାପିତ ହୋଇଯାଇଛି । ଏହି ଫୁଟବଳ ପ୍ରତିଯୋଗିତା ଟି ଡାକଡେରା ଫୁଟବଲ ପଡିଆ ଠାରେ ସାତ ଦିନ ଧରି ଅନୁଷ୍ଠିତ ହେଉଥିଲା । ଏଥିରେ ଜିଲ୍ଲା ର ୧୬ ଗୋଟି ଫୁଟବଲ ଦଳ ଭାଗନେଇ ଥିବା ବେଳେ ଫାଇନାଲ ମ୍ୟାଚ ଟି ସରଲାଲାନି ଓ ଆରକେ ୧୧ ପଡିଆବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଆରକେ ୧୧ ପଡିଆବାହାଲ ଦଳ ୫-୪ ଗୋଲରେ ସରଳାକାନୀ ଦଳକୁ ଫରାସ୍ତ କରି ବିଜୟୀ ହୋଇଥିଲା ।

ଏହି ପ୍ରତିଯୋଗିତା ର ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୁବବିଜେଡି ର ରାଜ୍ୟ ସାଧାରଣ ସଂପାଦକ ହୀରାଲାଳ ବେହେରା , ସମ୍ମାନିତ ଅତିଥି ଭାବରେ ବିଜେଡି ଜିଲ୍ଲା ସଂପାଦକ ସୁଧିର ପାଣିଗ୍ରାହୀ , ,ସମାଜସେବୀ ଡାକ୍ତର ରାଜାରାମ ଷଡଙ୍ଗୀ ,ପୁର୍ବତନ ସରପଞ୍ଚ ଗଣେଷ ତାଣ୍ଡିଆ ପ୍ରମୁଖ ଯୋଗଦେଇ ବିଜେତା ତଥା ଉପବିଜେତା ଦଳ କୁ ପୁରସ୍କୃତ କରିଥିଲେ । ଡାକଡେରା ଫୁଟବଲ ଆସୋସିଏସନ ର ଏହି ଫୁଟବଲ ପ୍ରତିଯୋଗିତା ର ସମସ୍ତ ମ୍ୟାଚ କୁ ରେଫରୀ ଭୄଷଭାନୁ ମହନ୍ତ, ରାଜାରାମ ଓରାମ,ବିଜୟ ଓରାମ, ବରୁଣ ନାଏକ, ବିଜୟ ମୁଣ୍ଡା, ଲିଙ୍ଗରାଜ ପଧାନ,ପ୍ରମୁଖ ପରିଚାଳନା କରିଥିଲେ । ଡାକଡେରା ଫୁଟବଳ ଆସୋସିଏସନ ର ସଭାପତି କୈଲାଶ ଅଦାବର ଙ୍କ ସମେତ ସବୁ ସଭ୍ୟ ପ୍ରତିଯୋଗିତା ଆୟୋଜନ ରେ ସହଯୋଗ କରିଥିଲେ ।

Leave A Reply

Your email address will not be published.