ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ କୋଭିଡ ନିୟମ ପାଳନ କରି ସଂସ୍କୃତ ଦିବସ ପାଳିତ ହେଇ ଯାଇଛି। ଏହି ଉପଲକ୍ଷେ ପ୍ରଥମେ ଏକ ଶାନ୍ତି ହୋମ ଯଜ୍ଞ ମୁଖ୍ୟ ଅତିଥି ସେବାଶ୍ରୀ ଭୋଇ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼ ଙ୍କ କର କମଳ ରେ କରା ଯାଇଥିଲା। ଆଚାର୍ଯ୍ୟ ବାଚସ୍ପତି ଓ ତାଙ୍କର ଦୁଇ ଶିଷ୍ୟ ଏହି ହୋମ କାର୍ଯ୍ୟ କରିଥିଲେ। ପରେ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜିତ ହୋଇ ଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦବାନ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ସଭା ରେ ଶ୍ରୀମତୀ ଭୋଇ ସଂସ୍କୃତ ର ଅତୀତ, ବର୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା କରି ଥିଲେ। ବିଦ୍ୟାଳୟ ର ଶିକ୍ଷିକା ମିନତୀ ଦାଶ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ସଭା ରେ ଶିକ୍ଷକ ଚିନ୍ତାମଣୀ ସାହୁ, ଜୀବନନନ୍ଦ ସାହୁ, ମାନସ ରଞ୍ଜନ ଶତପଥୀ, ଦୀପ୍ତିକାନ୍ତ ମଲ୍ଲିକ, ବିଭୁତି ଶତପଥି ଓ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ନିଳିମାରଣୀ ମହାନ୍ତି, ପ୍ରଭାତୀ ପଟ୍ଟନାୟକ, ବାସନ୍ତି ସାହୁ, ଜ୍ୟୋତିରେଖା ମହନନ୍ଦ ଉପସ୍ଥିତ ଥିଲେ। ସଭା କାର୍ଯ୍ୟ ରେ ଦୁଷ୍ମନ୍ତ ଛତ୍ତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ। ପରିଶେଷ ରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଏହି ଅବସର ରେ ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କରା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.