ସମ୍ବଲପୁର ରେଡକ୍ରସ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ କମିଟି ବୈଠକ

0 2

ସମ୍ବଲପୁର/-ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜିଲ୍ଲାରେ ରେଡକ୍ରସ ପାଇଁ ଅଧିକ ପାଣ୍ଠି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ଏହା ସହ ଜିଲ୍ଲା ରେ ରକ୍ତର ଅଭାବ ଦୁର ପାଇଁ ସବୁ ମହାବିଦ୍ୟାଳୟ ମାନଙ୍କରେ ବର୍ଷକ ୨ ଥର ରକ୍ତଦାନ ଶିବିର ଆୟୋଜନ କରିବାକୁ ଜିଲା ରେଡକ୍ରସ ସୋସାଇଟି ର କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କରାଯାଇଛି । ରେଡକ୍ରସ ସୋସାଇଟି ରେ ଅଧିକରୁ ଅଧିକ ଲାଇଫ ମେମ୍ବର ଓ ପୁଷ୍ଠପୋଷକ ସଭ୍ୟ ମାନେ ଯେପରି ଯୋଗ ଦେବେ ସେନେଇ ପଦକ୍ଷେପ ନିଆଯିବାକୁ ମଧ୍ୟ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଛି । ରେଡକ୍ରସ ସୋସାଇଟି ଏହି ଵୈଠକରେ ଭିମସାର ର ଡାକ୍ତର ଜଗନ୍ନାଥ ହାତୀ ପୋଷ୍ଠପୋଷକ ଭାବରେ ରେଡକ୍ରସ ରେ ଦେବା ସହ ୩ ଜଣ ବ୍ୟକ୍ତି ଲାଇଫ ମେମ୍ବର ଭାବରେ ଯୋଗ ଦେଇଥିଲେ ।
ସମ୍ବଲପୁର ର ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟସ୍ତରରୁ ୟୁଥ୍ ରେଡକ୍ରସ ଓ ଜୁନିଅର ରେଡକ୍ରସ ଅଧିକାରୀ ଙ୍କ ସହିତ ରେଡକ୍ରସର ସବୁ ସଭ୍ୟସଭ୍ୟା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.