ଚାଷୀ କଲେ ନିଜ ଅଞ୍ଚଳ କେନାଲ ମରାମତି

0 2

ସମ୍ବଲପୁର-ରମାକାନ୍ତ ବିଶ୍ବାଳ: ନିଜ ଅଞ୍ଚଳର ଚାଷ ଜମି ଦେଇ ଯାଇଥିବା କେନାଲ ମରାମତି କଲେ ଚାଷୀ । ବାରମ୍ବାର ସରକାର ଙ୍କ ସହ ପ୍ରଶାସନ କୁ ଯେତେ ଗୁହାରି କଲେ ବି କେହି ନଶୁଣିବାରୁ ଆଜି ଚାଷୀ ମାନେ କରିଛନ୍ତି କେନାଲ ମରାମତି । ଏଭଲି କିଛି ଘଟଣା ଦେଖିବାକୁ ମିଲିଛି ସମ୍ବଲପୁର ମହାନଗର ନିଗମ ର ଭୋଇପାଲି ଅଞ୍ଚଳରେ ।
ହାତରେ ଧରିଛନ୍ତି କୁରାଡି , ମୁଣ୍ଡରେ ପିନ୍ଧିଛନ୍ତ ପାଗଡି ଓ ଲାଗିପଡିଛନ୍ତି ନିଜ ନିଜ ଚାଷଜମି ଦେଇ ଯାଇଥିଲା କେନାଲ ମରାମତି କାମରେ । ଏମାନେ କୌଣସି ଉପାନ୍ତ ଅଞ୍ଚଳର ଚାଷୀ ନୁହନ୍ତି ଏମାନେ ସବୁ ହେଲେ ସମ୍ବଲପୁର ମହାନଗର ନିଗମ ର ଭୋଇପାଲି ଗ୍ରାମର ଚାଷୀ । ଶାସନ ମୁଖ୍ୟ କେନାଲ ରୁ ଭୋଇପାଲି ଅଞ୍ଚଳକୁ କୁ ଯାଇଥିବା ଶାଖା କେନାଲ ଭାଙ୍ଗି ଯିବାରୁ ବହୁ ଦୁର୍ଦ୍ଧଶା ଭୋଗୁଥିଲେ । ଚାଷ କରିବା ପାଇଁ ଏହି ଅଞ୍ଚଳର ସହ ସହ ଏକର ଚାଷ ଜମିରେ ସମସ୍ୟା ଭୋଗୁଥିଲେ ଭୋଇପାଲି ଅଞ୍ଚଳର ଚାଷୀ । କେନାଲ ମରାମତି ପାଇଁ ଯେତେ ଗୁହାରି କରିଲେ ବି ଶୁଣିଲେ ନାହିଁ ପ୍ରଶାସନ ତେଣେ ଆଜି ବାଧ୍ୟ ହୋଇ ଚାଷୀ କଲେ ନିଜ କେନାଇ ର ମରାମତି ।
ଭୋଇପାଲି ର ଏହି ଶାଖା କେନାଲ ଉପରେ ନିର୍ଭର କରି ସହ ସହ ଏକର ରେ ଚାଷ ହୋଇଥାଏ । ତେବେ ଏହି କେନାଲ ଟି ଆଠଦିନ ହେଲା ହଟାତ ଭାଙ୍ଗି ଯିବାରୁ ଚାଷ ଜମିକୁ ପାଣି ଦେବା ସମ୍ଭବ ହେଉନଥିଲା । ଅନ୍ୟ ପଟେ ଏହି ଶାଖା କେନାଲ ର ରକ୍ଷଣାବେକ୍ଷଣ ପାଇଁ ଯେଉଁ କାଯ୍ୟ ହୋଇଥିଲା ତାହା ନିମ୍ନମାନର ହୋଇଥିବାରୁ ଏହି କେନାଲ ଭାଙ୍ଗିଗଲା ବୋଲି ସାଧାରଣରେ ଅଭିଯୋଗ ହେଉଛି । ଚାଷୀ ଆଜି ନିଜ ଅଞ୍ଚଳର କେନାଲ ମରାମତି ନିଜେ କରିବା ପରେ କେନାଲ ବିଭାଗର ଯନ୍ତ୍ରୀ କହିଛନ୍ତି ଯେ ଏହି କେନାଲ ମରାମତି ପାଇଁ ଟେଣ୍ଡର କରାଯାଇଛି ଖୁବ ଶୀଘ୍ର ସବୁ କେନାଲ ର ମରାମତି ପାଇଁ ପଦକ୍ଷେପ ନିଆଯିବ ।
କେନାଲ ମରାମତି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ହିସାବ କେବଲ କାଗଜ କଲମରେ ରହିଯାଉଛି । ତେଣେ ଜମିକୁ ପାଣି ଯୋଗାଇବା ପାଇଁ ଚାଷି କରୁଛି ନିଜ ଅଞ୍ଚଳର କେନାଲ ମରାମତି ।କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ହିସାବ କେବଲ କାଗଜ କଲମରେ ରହିଯାଉଛି । ତେଣେ ଜମିକୁ ପାଣି ଯୋଗାଇବା ପାଇଁ ଚାଷି କରୁଛି ନିଜ ଅଞ୍ଚଳର କେନାଲ ମରାମତି ।

Leave A Reply

Your email address will not be published.