ସମ୍ବଲପୁର/ରମାକାନ୍ତ ବିଶ୍ବାଳ: ମହିଳା ସଂଗ୍ରାମ ସମିତି ରେଂଗାଲି ତରଫରୁ ରେଂଗାଲିର କିନାଲୋଇ ଗ୍ରା.ପ.ର ଲାଂଗବାହାଲ ଗ୍ରାମରେ,ବମାଲୋଇ ଗ୍ରା.ପ.ର ତିଲେଇମାଲ ( ଓରାମପଡା) ଗ୍ରାମରେ,ଝାଂକରପାଲି ଗ୍ରା.ପ.ର କୁସମଡିହ ଗ୍ରାମରେ ଏବଂ କତରବଗା ଗ୍ରା.ପ.ର ସହରାପଡା ଗ୍ରାମରେ ଆଖପାଖ ଚାଟଶାଳୀର ୬ ରୁ ୧୪ ବର୍ଷ ର ୭୯ ଜଣ ଛାତ୍ର ଛାତ୍ରୀ ଶିଶୁ ଗ୍ରାମ ସଭାରେ ଯୋଗ ଦେଇଥିଲେ l କୋଭିଡ -୧୯ ଯୋଗୁଁ ବିଦ୍ୟାଳୟଗୁଡିକ ବନ୍ଦ ହୋଇଥିବାରୁ ପାଠପଢା ହୋଇପାରିନଥିବାରୁ ତାହାର ପରିପୂରଣ ସକାଶେ ଏକ ବିକଳ୍ପ ବ୍ୟବସ୍ଥା ଯଥା-ଫ୍ରୀ ଟିଉସନ/ପ୍ରାରମ୍ଭିକ ଶିକ୍ଷା ର ବ୍ୟବସ୍ଥା କରିବା ପାଇଁ ସରକାରଂକୁ ଆବେଦନ ସକାଶେ, ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସକାଶେ ଏବଂ ପ୍ରତ୍ୟେକ ଶ୍ରେଣୀ ପାଇଁ ପୃଥକ ଶ୍ରେଣୀ ଗୃହ ତାସହିତ ପ୍ରତ୍ୟେକ ଶ୍ରେଣୀଗୃହ ରେ ଗୋଟିଏ ଶିକ୍ଷକ ନିୟୋଜନ କରିବାକୁ ଆବେଦନ ସକାଶେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଅନୁମୋଦନ କରାଗଲା l ଏହା ଏକ ଡେମୋ ଶିଶୁ ଗ୍ରାମସଭା ଅନୁଷ୍ଠିତ କରାଯାଇଛି ପୁନର୍ବାର ଆସନ୍ତା ତା୨୬/୦୮/୨୦୨୧ ଦିନ ସଂଗଠନ କାର୍ଯ୍ୟରତ ଓଡିଶାର ୧୭ ଗୋଟି ଜିଳ୍ଲାରେ ଜିଲ୍ଲା ଅନୁଜାୟୀ ୧୭ଟି ଶିଶୁ ଗ୍ରାମସଭା ଅନୁଷ୍ଠିତ କରାଯିବ l
Sign in
Sign in
Recover your password.
A password will be e-mailed to you.