କୁଚିଣ୍ଡାକୁ ରେଳ ସଂଯୋଗ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବଙ୍କୁ ଦାବୀ ପତ୍ର ପ୍ରଦାନ

0 2

ସମ୍ବଲପୁର-ରମାକାନ୍ତ ବିଶ୍ବାଳ:କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ଙ୍କ ବଲାଙ୍ଗୀର ଗସ୍ତ ପରିପ୍ରେକ୍ଷୀରେ କୁଚିଣ୍ଡା ରୁ ଏକ ପ୍ରତିନିଧି ମଣ୍ଡଳୀ ବଲାଙ୍ଗୀର ସର୍କିଟ ହାଉସ ଠାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଙ୍କୁ ସାକ୍ଷାତ କରି କୁଚିଣ୍ଡା ଉପଖଣ୍ଡ କୁ ରେଳ ସଂଯୋଗ ପାଇଁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ l ପ୍ରଗତିଶୀଳ ନାଗରିକ ମଞ୍ଚ କୁଚିଣ୍ଡା ପକ୍ଷରୁ କୁଚିଣ୍ଡା ଭିଜନ ୨୦୩୫ କୁ ଲକ୍ଷ୍ୟ ରଖି କୁଚିଣ୍ଡା ଉପଖଣ୍ଡ ବାମରା ରୁ କୁଚିଣ୍ଡା ଦେବଗଡ଼ ପାରାଦୀପ ହରିଦାସପୁର ରେଳ ସଂଯୋଗ କରିବା ସମେତ ବାମରା ଏବଂ ଗଡ଼ପୋଷ ଷ୍ଟେସନ ରେ ବିଭିନ୍ନ ଏକ୍ସପ୍ରେସ ର ରହଣି, ଏବଂ କୁଚିଣ୍ଡା ସଦର ମହକୁମା ରେ ରେଳ ବାଇ ର ଟିକେଟ କାଉଣ୍ଟର ପ୍ରଭୁତି ଦାବୀ ନେଇ ବଲାଙ୍ଗୀର ସର୍କିଟ ହାଉସ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଥିଲା I
ଏହି ଦାବୀ ପ୍ରଦାନ ସମୟରେ ପୂର୍ବତନ ବିଧାୟକ ରବି ନାରାୟଣ ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିୟା, ଅଖିଳ ପ୍ରତାପ ସିଂ, ପ୍ରଦୀପ ମିଶ୍ର, ସଞ୍ଜିତ୍ ମହାନ୍ତି, କୁଚିଣ୍ଡା ଓକିଲ ସଂଘ ପକ୍ଷରୁ ଉପ ସଭାପତି ପ୍ରଫୁଲ୍ଲ ବାରିକ, ସାମ୍ବାଦିକ ସଂଘର ଦିନେଶ ନନ୍ଦ, ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ପାଦକ ମହମ୍ମଦ୍ ମୃତ୍ୟୁଯl, ପୂର୍ବତନ କାଉନସିଲର ସୁଶିଲ କର, ପୂର୍ବତନ କାଉନସିଲର ମନୋରଞ୍ଜନ ଭୋଇ, ବାମରା ନୂତନ ନିର୍ମାଣ ସଭାପତି ଦୁର୍ଗା ମିଶ୍ର, ମୋତି ଚୌଧୁରୀ, ପୂର୍ବତନ ସମିତି ସଭ୍ୟ ବିରେନ୍ଦ୍ର ଚୌଧୁରୀ, ପ୍ରତାପ ଶର୍ମା, ପଞ୍ଚାନନ ପ୍ରଧାନ ପ୍ରମୁଖ ସାମିଲ ଥିଲେ l

Leave A Reply

Your email address will not be published.