ଆଶ୍ରମ,ସେବାଶ୍ରମ ଓ ଏକଲବ୍ୟ ସ୍କୁଲ ରେ ସ୍ଥାୟୀ ନିଯୁକ୍ତି ନ ଦେଲେ ପ୍ରତୀକ ଧର୍ମଘଟ:ନାଗରିକ କମିଟି ର ଚେତାବନୀ

0 2

ସମ୍ବଲପୁର-ରମାକାନ୍ତ ବିଶ୍ବାଳ: ସମ୍ୱଳପୁର ରେ ନୂଆଁ କରି ଯୋଗ ଦେଇ ଥିବା ଜିଲ୍ଲା ଆଦିବାସୀ ମଙ୍ଗଳ ଅଧିକାରୀ ଶ୍ରୀ ଭାଗରଥି ପଟେଲ ଆଜି କୁଚିଣ୍ଡା ଗସ୍ତ ରେ ଆସି ଥିବା ବେଳେ ଆଇ ଟି ଡି ଏ କାର୍ଯ୍ୟଳୟ ରେ ପ୍ରଗତିଶୀଳ ନାଗରିକ ମଞ୍ଚ ର ବରିଷ୍ଠ ନାଗରିକ ମାନଙ୍କ ସହ ଆଲୋଚନା କରି ଥିଲେ ।ଏକଲବ୍ୟ ସ୍କୁଲ ରେ ଆଇନ ସମସ୍ୟା କୁ ସମାଧାନ କରି ଦେଢ଼ ମାସ ଭିତରେ ସ୍ଥାୟୀ ନିଯୁକ୍ତି ଦିଆ ଯିବା କୁ ପ୍ରକ୍ରିୟା ଆରମ୍ଭ ହୋଇ ଥିବା ସୂଚନା ଦେବା ସହ ଜିଲ୍ଲା ରେ ଥିବା ସେବା ଶ୍ରମ,ଓ ଆଶ୍ରମ ସ୍କୁଲ୍ ଗୁଡିକ ପାଇଁ ଉଦ୍ଧିଷ୍ଟ ଚୟନ ପ୍ରକ୍ରିୟା ମଧ୍ୟ ଚାଲିଛି ବୋଲି ପ୍ରକାଶ କରିଥିଲେ । ଏହା ପରେ କୁଚିଣ୍ଡା ର ନାଗରିକ ମାନଙ୍କ ପକ୍ଷରୁ ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ ର ସମ୍ପାଦକ ପୂର୍ବ ବିଧାୟକ ବୃନ୍ଦାବନ ମାଝୀ ଓ ସଭାପତି ସୁବାଷ ନାୟକ ଙ୍କ ନେତୃତ୍ୱରେ ଜିଲ୍ଲା କଲ୍ୟାଣ ଅଧିକାରୀ ଙ୍କ ସହ ସି ତି ଡି ଏ ର ପି ଏ ଓ ଉପ ଜିଲ୍ଲାପାଳ ଙ୍କୁ ମଞ୍ଚ ର ନାଗରିକ ମାନଙ୍କ ସ୍ବାକ୍ଷରିତ ଏକ ଦାବିପତ୍ର ଦେଇ ସମସ୍ତ ଶିକ୍ଷାନୁଷ୍ଠାନ ରେ ସ୍ଥାୟୀ ନିଯୁକ୍ତି ପନ୍ଦର ଦିନ ଭିତରେ ନ ହେଲେ ପ୍ରତୀକ ଧର୍ମ ଘଟ ହେବ ବୋଲି ଚେତାବନୀ ଦିଆ ଯାଇଛି ।

Leave A Reply

Your email address will not be published.