ନବୀନ ପଟ୍ଟନାୟକ ଙ୍କୁ “ଭାରତ ରତ୍ନ” ଉପାଧି ପ୍ରଦାନ ଦାବୀରେ ମାନେଶ୍ବର ରେ ଦସ୍ତଖତ ଅଭିଯାନ ଓ଼ ପଥପ୍ରାନ୍ତ ସଭା I

0 2

ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭାରତର ସର୍ବଶ୍ରେଷ୍ଠ ଉପାଧି “ଭାରତ ରତ୍ନ” ପ୍ରଦାନ ପାଇଁ “ସ୍କାନ” ପକ୍ଷରୁ ରାଜ୍ୟ ସ୍ତରୀୟ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି ମର୍ମରେ ସୋସିଆଲ ଏଣ୍ଡ କଚରାଲ ଏଡ଼ଭାନ୍ସ ନେଟୱର୍କ (ସ୍କାନ ) ପକ୍ଷରୁ ମାନେଶ୍ଵର ସାପ୍ତାହିକ ବଜାର ପ୍ରାଙ୍ଗଣରେ ଏହି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଏକ ପଥପ୍ରାନ୍ତ ସଭାର ଆୟୋଜନ ମଧ୍ୟ ହୋଇଥିଲା l ଏହି କାର୍ଯକ୍ରମରେ “ସ୍କାନ”ର ଅଧକ୍ଷ ତଥା ରାଜ୍ୟ ଆବାହକ ସୁଧାଂଶୁ ମହାରଣା, ରାଜ୍ୟ ସଂଯୋଜକ ସରୋଜ ସାହୁ ଙ୍କ ସମେତ ଗୋପୀ ରଞ୍ଜନ ବେହେରା, ଆର୍ତ୍ରତ୍ରାଣ ବାଗ, ପ୍ରଶାନ୍ତ ଥାପା, ସୁଧୀର ପାଣିଗ୍ରାହୀ, କୈଳାସ ମିର୍ଦ୍ଧା, ରଂଜିତ ନାଥ, ଅଇଁଠୁ ମେହେର, ବୀରବର ବାଗ, ସୁଶିଲ ମିଶ୍ର, ଯୋଗେଶ ବିଶ୍ୱାଳ, ସନ୍ତୋଷ ପାଢ଼ୀ, ମଣ୍ଟୁ ମୁଣ୍ଡା, ଯତୀନ୍ଦ୍ର ବାରିକ, ବ୍ରଜ ମୋହନ ମେହେର,ପ୍ରକାଶ ଦେଶିଆ, ନିରୋଜ ଦୀକ୍ଷିତ ପ୍ରମୁଖ ଅଭିଯାନ ରେ ସାମିଲ ହୋଇଥିଲେ I ଏହି ଦସ୍ତଖତ ଅଭିଯାନ ରେ ବତେମୁରା, ଝାଙ୍କରପାଲି, ମଠପାଲି, ମାନେଶ୍ଵର, ଗୁଣ୍ଡେରପୁର, ବସିଆପଡା, ଭବାନୀପାଲି ଆଦି ଗ୍ରାମ ଗୁଡିକ ର ଶତାଧିକ ଲୋକ ଦସ୍ତଖତ କରିଥିଲେ I ପରିଶେଷରେ କ୍ଷୀରୋଦ ବାଗ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.