ଶ୍ରୀମନ୍ଦିରରେ ଆରମ୍ଭ ହେଲା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

0 2

ପୁରୀ(ଅନିମେଶ ପଟ୍ଟନାୟକ) : ଶ୍ରୀମନ୍ଦିରରେ ଚାଲିଛି ଶ୍ରୀଜିଉଙ୍କ ଦର୍ଶନ । ଦିର୍ଘ ଦିନ ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସେପଟେ ଆଜିଠାରୁ ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିବାରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସାଧାରଣ ଭକ୍ତମାନେ ଧାଡି ହୋଇ ବାରିକେଡ ମଧ୍ୟରେ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ଆରଟିପିସିଆର ନେଗେଟିଭ କିମ୍ବା ଦୁଇ ଡୋଜ ଟିକାର ପ୍ରମାଣ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି ଭକ୍ତମାନେ ।
ଏଥିସହ ପରିଚୟ ପତ୍ର ଦେଖାଇ କିଓସ୍କ ମାଧ୍ୟମରେ ଯାଞ୍ଚ କରାଯିବା ପରେ ଭକ୍ତମାନେ ନିଜ ହାତକୁ ସାନିଟାଇଜ କରାଉଥିବା ଦେଖିବାକୁ ମିଳିଛି । ମାସ୍କ ପିନ୍ଧିବା, ଦୂରତା ବଜାଏ ରଖିବାକୁ ବାଧ୍ୟତାମୂଳକ କରାଯାଇଛି ।
ସେପଟେ ଦିର୍ଘ ଚାରି ମାସ ପରେ ମହାପ୍ରଭୁଙ୍କ ଦର୍ଶନ ମିଳୁଥିବାରୁ ଭକ୍ତମାନେ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି । ଭକ୍ତ ମାନେ ସିଂହଦ୍ଵାର ଦେଇ ପ୍ରବେଶ କରୁଛନ୍ତି । ପ୍ରସ୍ଥାନ ପାଇଁ ଉତ୍ତରଦ୍ୱାର ଦେଇ ବାହାରକୁ ଆସୁଛନ୍ତି ଭକ୍ତମାନେ । ଶ୍ରୀମନ୍ଦିର ଭିତରେ ଦୀପ, ଧୂପ, ଭୋଗ ଆଦିକୁ ବାରଣ କରାଯାଇଛି । ଏପରିକି ଆନନ୍ଦ ବଜାରରେ ମହାପ୍ରସାଦ ସେବନକୁ ମଧ୍ୟ ବାରଣ କରାଯାଇଛି ।

Leave A Reply

Your email address will not be published.