ଡାଲମିଆଁ ସିମେଣ୍ଟ ଭାରତର ଖଣି ସମ୍ପ୍ରସାରଣ ଜନ ଶୁଣାଣିକୁ ଲୋକଙ୍କ ସଂପୂର୍ଣ୍ଣ ବିରୋଧ

0 2

ସମ୍ବଲପୁର-/ରମାକାନ୍ତ ବିଶ୍ବାଳ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଳକ କୁକୁଡା ଗ୍ରାମ ପଞ୍ଚାୟତ ଲାଞ୍ଚିବେର୍ଣ୍ଣା ଠାରେ ଡାଲମିଆଁ ସିମେଣ୍ଟ ଭାରତ ଲିମିଟେଡ କାରଖାନାର ପାଇଁ ଆବଶ୍ୟକ କରୁଥିବା କଞ୍ଚାମାଲ ଲାଇମ୍ସି ଷ୍ଟୋନ ଖଣି ସମ୍ପ୍ରସାରଣ ପାଇଁ ଲାଞ୍ଜିବେର୍ଣ୍ଣା ଅଞ୍ଚଳରର 717.10, ସେ ମଧ୍ଯ ରୁ କୁକୁଡାର 162.96 ଏକର,ବିହାବନ୍ଦର 29.79 ଏକର,ଅଲଣ୍ଡାର 164.82 ଏକର,ରାଇବେର୍ଣ୍ଣାର 57.80 ଏକର, କେଶେରାମାଲର 293.25 ଏକର ଏବଂ ଝଗରପୁର 8.48 ଏକର ଗ୍ରାମବାସୀଙ୍କ ରୟତ ଜମିକୁ ଅଧିଗ୍ରହଣ କରିବା ପାଇଁ ସୋମବାର କୁକୁଡା ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଥିଲା କିନ୍ତୁ ଅଞ୍ଚଳର ଗ୍ରାମବାସୀଙ୍କ ପ୍ରବଳ ବିରୋଧ ଯୋଗଁ କମ୍ପାନୀର ଅଧିକାରୀ, ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ତଥା ପୋଲିସ ବାହିନୀକୁ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ଦେଇନଥିବା ଫଳରେ ହେବାକୁଥିବା ଜନ ଶୁଣାଣି ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ଯ ଯେ ଆଜିକୁ ପ୍ରାୟ 50 ବର୍ଷ ରୁ ଉର୍ଦ୍ଧ ହେବ ଏଠାରେ ଓସିଏଲ ଏବଂ ପରେ ଡାଲମିଆଁ ସିମେଣ୍ଟ ଭାରତ ନାମରେ ସିମେଣ୍ଟ କାରଖାନାର ପ୍ରତିଷ୍ଠିକରି ଅଞ୍ଚଳର ଲୋକଙ୍କୁ ମିଥ୍ଯ ପ୍ରତିଶ୍ରୃତି ଦେଇ ଏବଂ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଅଞ୍ଚଳର ହିତ ପାଇଁ କୌଣସି ପ୍ରକାର କାର୍ଯ୍ୟାକରିନଥିବା ସହ ସ୍ଥାନିୟ ନିଯୁକ୍ତିକୁ ମଧ୍ୟ ଅଣ ଦେଖା କରିଥିବାରୁ ପୁଞ୍ଜିଭୁତ ଜନ ଅସନ୍ତୋଷର ଉଗ୍ରରୂପ ଆଜି ଦେଖିବାକୁ ମିଲିଥିଲା ।

Leave A Reply

Your email address will not be published.