କର୍କଟ ରୋଗରେ ଆକ୍ରାନ୍ତ ଗରିବ ରାମା କବାସୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

0 2

ମାଲକାନଗିରି(ବି ମିନତୀ ପାତ୍ର) : ମାଲକାନଗିରି ଜିଲ୍ଲା ଚଲାଣଗୁଡା ଗ୍ରାମ ପଞ୍ଚାୟତ ନୁଆଁଗୁଡା ଗ୍ରାମର ରାମା କବାସୀ ବୟସ ପାଖାପାଖି 40 ବର୍ତ୍ତମାନ ଦିର୍ଘ ତିନି ମାସ ହେବେ ସେ କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଭଲରେ ଚିକିତ୍ସା ମଧ୍ୟ୍ୟ ହୋଇ ପାରୁନାହାନ୍ତି ।ଘରର ସେ ଏକମାତ୍ର ରୋଜଗାରିଆ ହୋଇ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ବିଧିର ବିଧାନ ସବୁ ବିଗାଡି ଦେଇଛି ପରିସ୍ଥିତି । ସେ ନିଜ ଚାଷ ଜମି ରେ ପନିପରିବା ଚାଷ କରି ଭଲ ଦି ପଇସା ରୋଜଗାର କରୁଥିଲେ କିନ୍ତୁ କର୍କଟ ରୋଗ ଯୋଗୁ ତାହା ମଧ୍ୟ ଏବେ ବନ୍ଦ l ତାଙ୍କ ଦେହ ଖରାପ ଯୋଗୁ ସେ ପ୍ରଥମେ ମାଲକାନଗିରି ହସ୍ପିଟାଲରେ ଚିକିତ୍ସା ହେଉଥିଲେ ପରେ କଟକ ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ କିନ୍ତୁ ଆର୍ଥିକ ସ୍ଥିତି ଖରାପ ଯୋଗୁ ଠିକରେ ଚିକିତ୍ସା କରିପାରିନଥିବାରୁ ସେଠାରେ ଆଠ ଦିନ ରହି ନିଜ ଘର କୁ ଫେରିଆସିଥିଲେ l ବର୍ତମାନ ସେ ଦେଶୀ ଔଷଧ ଉପରେ ନିର୍ଭର କରିବା ସହ ତାଙ୍କ ପରିବାର ଲୋକେ ରାମା ର ଚିକିତ୍ସା କରିଚାଲିଛନ୍ତି ହେଲେ କୌଣସି ସୁଫଳ ମିଳି ପାରି ନାହିଁ l ସେ ବର୍ତମାନ ଠିକରେ କଥା କହି ପାରୁନାହାନ୍ତି କି ଖାଇ ପାରୁନାହାନ୍ତି l ନିଜ ଜମି, ଗାଇ, ଛେଳି, ମେଣ୍ଢା କୁକୁଡ଼ା ବିକ୍ରି କରିବା ସହ ବର୍ତମାନ ଏହି ରୋଗର ଚିକିତ୍ସା ପାଇଁ ସେ 2 ରୁ 3ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି କିନ୍ତୁ ଭଲ ହେଉନାହାନ୍ତି l ଅନ୍ୟ ପଟେ କିପରି ପରିବାର ଚଳିବ ତାହା ମଧ୍ୟ ତାଙ୍କୁ ଚିନ୍ତା ଘାରିଛି । ଘର ର ଦୁଇ ଛୋଟ ଝିଅ ଓ ଦୁଇ ପୁଅ ଅଛନ୍ତି । ତେଣୁ ତାଙ୍କ ସ୍ତ୍ରୀ ଓ ଗ୍ରାମବାସୀ ରାମା କବାସୀ ର ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି । କିଛି ଆର୍ଥିକ ସାହାଯ୍ୟ ମିଳିଲେ ରାମ କବାସୀ ଭଲ ଚିକିତ୍ସା ହୋଇପାରନ୍ତା ବୋଲି କହିଛନ୍ତି l

Leave A Reply

Your email address will not be published.